ପାଣି ପଞ୍ଚାୟତ ପକ୍ଷପାଳନ ସମାରୋହ

ରାଇରଙ୍ଗପୁର- ଜାନୁଆରୀ ୧୬ ତାରିଖରୁ ୩୦ ତାରିଖ ପର‌୍ୟ୍ୟନ୍ତ ସମଗ୍ର ରାଜ୍ୟରେ”ପାଣି ପଞ୍ଚାୟତ ପକ୍ଷ” ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସବୁ ଜଳସେଚନ, ଉଠାଜଳସେଚନ ପକ୍ଷରୁ ପାଳନ କରାଯାଉଛି । ମୟୁରଭଂଜ ଜିଲ୍ଲାର ରାଇରଙ୍ଗପୁର ଡିଭିଜନ ଜଳସେଚନ ବିଭାଗ କାର‌୍ୟ୍ୟାଳୟ ପରିସରରେ ଗୁରୁବାର ଦିନ ଏହି କାର‌୍ୟ୍ୟକ୍ରମ ଧୁମଧାମରେ ପାଳନ କରାଯାଇଛି ।ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିବାବେଳେ ଜଳସେଚନ ବିଭାଗ କାର‌୍ୟ୍ୟନିର୍ବାହୀ ଅଧିକାରୀ ଇଂ ଅଜୟ ବେହେରା କାର‌୍ୟ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ କହିଥିଲେ । ଏହି କାର‌୍ୟ୍ୟକ୍ରମରେ ଉପନିର୍ବାହି ଇଂ ଅମୀୟ ଆଚାର‌୍ୟ୍ୟ, ଅତିରିକ୍ତ ଜିଲ୍ଲା କୃଷି କୃଷି ଅଧିକାରୀ କିଶନ ଚରଣ ମୁର୍ମୁ, ଅତିରିକ୍ତ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ମାନସିଂହ ସୋରେନ୍,ପାଣି ପଞ୍ଚାୟତ ଅଧ୍ୟକ୍ଷ ରଜନୀକାନ୍ତ ବିନ୍ଧାଣି, ଖଡଖାଈ ନଦୀବନ୍ଧ ଏସଡିଓ ଇଂ ସଂଜୟ ମାରାଣ୍ଡି,ବାଙ୍କବଳ ଡେମ୍ ଏସଡିଓ ସାଗର ସମ୍ବିତ ସାମଲ ଯୋଗ ଦେଇ ଖଡଖାଈ ,ବାଙ୍କବଳ,ନେସା ଗେମ୍ ପ୍ରକଳ୍ପ ଅଧୀନସ୍ଥ ୪୧ ଟି ପାଣି ପଞ୍ଚାୟତର କର୍ମକର୍ତ୍ତା ଏବଂ ଚାଷୀ ମାନଙ୍କୁପାଣି ଚାଷ,ବିହନ,ଋଣ,ସବ୍ସିଡି, ବହୁବିଧ ଚାଷ,ଉପରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଚାଷୀ ଭାଇମାନେ ପାଣି ସୁରକ୍ଷା ଏବଂ ଧାନ ଛଡ଼ା ଅନ୍ୟ ଡାଲି,ମକା, ପନିପରିବା , କୁକୁଡ଼ା ପାଳନ ଇତ୍ୟାଦି କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ମତ ବକ୍ତବ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ