ପାଣି ପଞ୍ଚାୟତ ରଥ ଉଦ୍‌ଘାଟିତ

ଯାଜପୁର,: ଜଳ ସମଗ୍ର ଜୀବ ଜଗତ ପାଇଁ ଏକ ଅମୂଲ୍ୟ ସମ୍ପଦ । ତେବେ ତାହାର ସଂରକ୍ଷଣରେ ଅସଚେତନତା ଓ ଉଚିତ ପରିଚାଳନାର ଅଭାବ ବିଶ୍ୱ ପାଇଁ କ୍ଷତିକାରକ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ପାଣି ପଞ୍ଚାୟତ ରଥକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଉଦ୍‌ଘାଟନ କରିଥିଲେ । ଜଳର ସଠିକ ପରିଚାଳନା ସଂପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ସହ ଯେପରି ବିଭିନ୍ନ କେନାଲ ବା ଜଳର ଉତ୍ସ ଶେଷ ମୁଣ୍ଡରେ ଥିବା ଚାଷୀର ଜମି ପାଖରେ ପହଞ୍ଚିପାରିବ, ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ଏହି ରଥ ଜିଲ୍ଲାର ସମସ୍ତ ପଞ୍ଚାୟତ ପରିଭ୍ରମଣ କରି ଲୋକ ମାନଙ୍କୁ ଜଳ ସଂରକ୍ଷଣ ସଂପର୍କରେ ସଚେତନ କରାଇବ । ଅନ୍ୟ ମାନଙ୍କ ମଧ୍ୟରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ନାୟକ, ଏସ୍‌.ଡି.ଓ. ପ୍ରପୁଂଲ କୁମାର କର, ଶଙ୍କର୍ଷଣ ବେହେରା, କନି୍‌ଷ୍ଠ ଯନ୍ତ୍ରୀ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ