ପାଣି ପଞ୍ଚାୟତ ସଭାପତିଙ୍କୁ ଆକ୍ରମଣ ଘଟଣା ୩ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମ ପାଣି ପଞ୍ଚାୟତ କମିଟି ସଭାପତି ଏସ୍. ସହଦେବ ରେଡ୍ଡୀଙ୍କୁ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୁଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଝାଟିପିଟିଆ ଗ୍ରାମର ରାମଚନ୍ଦ୍ର ପାତ୍ର , ତାଙ୍କ ପୁତ୍ର ଶୁଭମ ପାତ୍ର ଏବଂ ସୁରେନ୍ଦ୍ର ମଲ୍ଲିକ । ଗୁରୁବାର ଅପରାହ୍ନ ସାଢେ ୨ ଟାରେ ସହଦେବ ବାଇକ୍ ଯୋଗେ ଝାଟିପିଟିଆ ଗ୍ରାମରୁ ଘରକୁ ଫେରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ ଅଭିଯୁକ୍ତ କଲ୍ଯାଣପୁର ତୋଟା ନିକଟରେ ତାଙ୍କ ବାଇକ ଅଟକାଇ ମାଡ଼ ମାରିଥିଲେ । ଦିଗପହଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା କେସ୍ ନଂ. ୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।