ପାଣି ପାଇଁ ତାତିଲେ ମହିଳା ରାସ୍ତା ଅବରୋଧ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସାହାସପୁର ପଞ୍ଚାୟତ ହାଟପଦା।ରେ ମହିଳାମାନେ ପାଣି ପାଇଁ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଯାହାଫଳରେ ଦୀର୍ଘ ୨ ଘଣ୍ଟା ଯାତାୟାତ ବନ୍ଦ ରହିଥିଲା । ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ୧୦ ଦିନ ହେଲା ମୁନ୍ଦାଏ ପିଇବା ପାଣି ସମସ୍ୟା ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କେହି ବୁଝୁନାହାନ୍ତି। ପାହାଡିଆ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାଫଳରେ ମଙ୍ଗଳବାର ଦିନ ଗ୍ରାମର ଶତାଧିକ ମହିଳା ହାଣ୍ଡି ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇବା ସହ ୨ ଘଣ୍ଟା ଧରି ଦିଗପହଣ୍ଡି – ଆସିକା ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଖବର ପ୍ରକାରେ ରାଜ୍ୟ ସରକାର ଜନସାଧାରଣଙ୍କ ନିମନ୍ତେ ପାନୀୟଜଳର ଅଭାବ ଓ କଷ୍ଟକୁ ଦୂରୀକରଣ ନିମନ୍ତେ ବସୁଧା ଯୋଜନା କିମ୍ବା ପାନୀୟ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ କୋଟି କୋଟି ଖର୍ଚ୍ଚ କରି ଆସୁଛନ୍ତି । ବର୍ତ୍ତମାନ ମେଗା ପ୍ରକଳ୍ପ ବିଶୁଦ୍ଧ ପାନୀୟ ଜଳ ଯୋଜନାରେ ପାଇପ ଯୋଗେ ଘରକୁ ଘର ପାନୀୟ ଜଳ ପାଇବାର ବନ୍ଦୋବସ୍ତ କରିଥିଲେ ମଧ୍ୟ ଆଜି ମଧ୍ୟ ଏଠାରେ ଲୋକମାନଙ୍କ ସୁବିଧା ନିମନ୍ତେ କୌଣସି ପ୍ରକାର ପାନୀୟ ଜଳର ସୁବିଧା ହୋଇପାରିନାହିଁ । ଘଟଣାରୁ ଜଣାପଡ଼ିଛି ସାହାସପୂର୍ ଏବଂ ହାଟପଦା, ପାଇଁ ଜଲମରା ଗ୍ରାମ ଘୋଡାହଡ ନଦୀ ପାଠା ରୁ ବୋରୱଲ ରୁ ପାଇପ ଯୋଗେ ପାଣି ଆସୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରିଜ୍ କାମ ଚାଲିଥିବାରୁ ଭାରି ଯାନ ଯାତାୟାତ କରିବା ଫଳରେ ପାଇପ ଫାଟି ୧୦ ଦିନ ହେଲା ପାଣି ପାଇପାରୁ ନାହାନ୍ତି।ଏନେଇ ବ୍ରିଜ ନିର୍ମାଣ କରୁଥିବା ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ରାସ୍ତା ଅବରୋଧ କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏସ ଆଈ ମିଲନ ପ୍ରଧାନ ଏବଂ ପୋଲିସକର୍ମଚାରୀ ସାହାସପୁର୍ ସମିତି ସଭ୍ୟା ପ୍ରତିନିଧି କୈଳାସ ପାତ୍ର ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝା ଶୁଝା କରିଥିଲେ। ଗ୍ରାମ୍ୟଜଳଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା ଏବଂ ୧୦ ଦିନ ମଧ୍ୟରେ ପାଇପ ଲାଇନ୍ ସଜାଡ଼ିବା ପାଇଁ ପ୍ରତିଶୃତି ଦେବା ପରେ ମହିଳା।ମାନେ ରାସ୍ତାରୁ। ହଟିଥିବା।ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ