ପାଣି ପାଇଁ ତାତିଲେ : ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ବିଶୁଦ୍ଧ ପାନୀୟ ଜଳ ଗ୍ରାମାଞ୍ଚଳ ରେ ଜନସାଧାରଣ ଙ୍କୁ ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦକରୁଥିଲେ ମଧ୍ୟ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବ ଦେଖିବାକୁ ମିଳିଛି । ପ୍ରକଳ୍ପ ଥାଇ ମଧ୍ୟ ପାନୀୟ ଜଳ ରୁ ବଞ୍ଚିତ ହେଉଛନ୍ତି । ବହୁତ ବାର ଅଭିଯୋଗ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ସୁଫଳ ମିଳିନାହିଁ । ଯାହାଫଳରେ ଆଜି ସାନଖେମୁଣ୍ଡି ବ୍ଲକ ସାହାସପୁର ହାଟପଦା ଠାରେ ପାନୀୟଜଳ ସମସ୍ୟାର କୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ହାଣ୍ଡି ମାଠିଆ ଧରି ଦିଗପହଣ୍ଡି – ଆସିକା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।ରାଜ୍ୟ ସରକାର ଜନସାଧାରଣ ଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବସୁଧା ଯୋଜନା ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ କୋଟି କୋଟି ଖର୍ଚ୍ଚ କରି ଆସୁଛନ୍ତି । ଗ୍ରୀଷ୍ମପ୍ରବାହ ଯୋଗୁଁ ଗ୍ରାମ ମାନଙ୍କରେ ରହିଥିବା ପୋଖରୀ , କୂପ ଓ ନଳକୂପ ଗୁଡ଼ିକର ଭୂତଳ ଜଳ ଶୁଖିବା ଫଳରେ ଜଳ ସମସ୍ୟା ଦେଖାଯାଉଥିବା ଜଣାପଡିଛି । ଏଭଳି ସ୍ଥିତିରେ ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ପାଣି ଟ୍ୟାଙ୍କ ରହିିିଥିଲେ ମଧ୍ୟ ପାଣି ଆସୁନଥିବା ଦେଖିବାକୁ ମିଳିଛି । ତେବେ ୧୫ ଦିନରୁ ଅଧିକ ସମୟଧରି ଜଳ ଯୋଗାଣ ବ୍ୟାହତ କାରଣରୁ ବହୁ ଅଭିଯୋଗ କଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇପାରୁନାହିଁ ଯାହା ଫଳରେ ଗ୍ରାମବାସୀମାନେ ଜଳକଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ରେ ବହୁ ଦୂଦୂରାନ୍ତରୁ ଟ୍ରଲି ଯୋଗେ ପାଣି ଆଣୁଥିବା ଦେଖିବାକୁ ମିଳିଛି । ଏହାର ସମାଧାନ ପାଇଁ ଆଜି ଗ୍ରାମବାସୀ ମିଳିତ ଭାବେ ଏଭଳି ନିଷ୍ପତ୍ତି ନେବାସହ ହାଣ୍ଡି ମାଠିଆ ଧରି ୨ ଘଣ୍ଟା ରାସ୍ତାରୋକ କରିଥିଲେ । ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଏପରିକି ସନ୍ଧ୍ୟା ସୁଦ୍ଧା ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ । ଏନେଇ ଥାନା ଅଧିକାରୀ ଶ୍ରୀ ମଲ୍ଲ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ସେଠୀ , ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ଏବଂ ଗ୍ରାମବାସୀ ଙ୍କସହ ଆଲୋଚନା କରିଥିଲେ । ଏନେଇ ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ କାମ ଚାଲିଛି ଯଥା ଶୀଘ୍ର ଲୋକଙ୍କୁ ପାଣିଦିଆଯିବ ।ଏଥିସହ ବ୍ଳକ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ କାର୍ଯ୍ଯକୁ ତ୍ବରାନ୍ବିତ କରାଯାଉଛି ତୁରନ୍ତ ପାଣି ଦିଆଯିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ