ପାଣି ପାଇପର ଛିଦ୍ର ଠାବକାରୀ ରୋବୋଟ୍

ମାଟି ତଳେ ଥିବା ପାଣି ପାଇପ୍ଗୁଡିକରେ ବେଳେବେଳେ ଫାଟ ବା ଛିଦ୍ର ସୃଷ୍ଟି ହୋଇ ପାଣି ବୋହିଯାଏ ଏବଂ ନଷ୍ଟ ମଧ୍ୟ ହୋଇଯାଏ । ସେହି ବାଟରେ ମଇଳା ପାଣି ପାଇପରେ ପ୍ରବେଶ କରେ ଏବଂ ତାହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଫାଟ ସ୍ଥାନକୁ ଠାବ କରିବା ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଇଁ ଏତେଟା ସହଜ ନୁହେଁ । ଏହି ଭଳି ସମସ୍ୟାର ସମାଧାନ ପାଇଁ ମାଡ୍ରାସ ଆଇଆଇଟିର କିଛି ଇଞ୍ଜିନିଅର ଏକ ନୂଆ ରୋବୋଟ ବିକଶିତ କରିଛନ୍ତି । ତାହା “ଏଣ୍ଡୋବୋଟ’ ଭାବେ ନାମିତ । ଏହା ବିଦ୍ୟୁତ୍ ଚାଳିତ, ଆକାରରେ ଛୋଟ । ଉଚ୍ଚତା ମାତ୍ର ଛଅ ଇଞ୍ଚି । ଏହା ପାଣି ପାଇପ୍ ଭିତରେ ପଶି “ଏଣ୍ଡୋବୋଟ’ ନିର୍ଦ୍ଦିଷ୍ଟ ଭାବେ ଛିଦ୍ର ସ୍ଥାନରେ ଭିଡିଓ ଉତ୍ତୋଳନ କରି କମ୍ପ୍ୟୁଟରକୁ ପଠାଇପାରିବ । ପାଣି ପାଇପ୍ କାରିଗରମାନେ ସେହି ସ୍ଥାନକୁ ଖାଳି ଛିଦ୍ରଯୁକ୍ତ ପାଇପ୍ ମରାମତି କରିପାରିବେ । ମାଡ୍ରାସ୍ ଆଇଆଇଟି ପରିସରରେ ଥିବା ପ୍ରାୟ ଚାଳିଶ ବର୍ଷର ପୁରୁଣା ପାଣି ପାଇପଗୁଡିକର ଛିଦ୍ର ସ୍ଥାନକୁ ଜାଣିବା ପାଇଁ “ଏଣ୍ଡୋବୋଟ’ର ବ୍ୟବହାର ପରେ ସେଥିରେ ସଫଳତା ମଳିଥିବା ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ