ପାଣି ବଦଳାଇ ଦିଏ ଭିନ୍ନ ଏକ ଫୁଲର ରୂପ
ପାହାଡ଼ିଆ ଅଞ୍ଚଳ ବୁଲିବା ପାଇଁ ଗଲେ ବିଭିନ୍ନ ପ୍ରକାର ଫୁଲ ଫୁଟିଥିବାର ନଜରକୁ ଆସିବ । ମାତ୍ର ଏମିତି ଏକ ଫୁଲ ଅଛି ଯାହା ଦେଖିଲେ ଆଖିକୁ ଆଉ ଫେରାଇ ପାରିବେନି । ଏହି ଫୁଲର ନାଁ ହେଉଛି “ଡିପ୍ହେଲନେୟା ଗ୍ରେ’ । ସବୁ ଫୁଲଠାରୁ ନିଆରା ଏହି ଫୁଲ । ଏହାର ବିଶେଷତ୍ତ୍ୱ ହେଉଛି ପାଣି ସଂସ୍ପର୍ଶରେ ଆସିଲେ ଏହି ଫୁଲର ରୂପ ବଦଳିଯାଏ । କୋଶିକା ସଂରଚନା କାରଣରୁ ଫୁଲର ପାଖୁଡ଼ା ଢିଲା ହୋଇଯାଏ । ପାଖୁଡ଼ା ଉପରେ ପାଣି ପଡ଼ିଲେ ଏହି ଫୁଲ ଜଳଛାୟା ପରି ଦେଖାଯାଇଥାଏ । ଏପରି ଫୁଲ ଜାପାନର ପାହାଡ଼ିଆ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ । ସେଠାକାର ଲୋକେ ଏହାକୁ ସ୍କେଲିଟନ୍ ଫ୍ଲାୱାର ମଧ୍ୟ କହିଥାନ୍ତି ।