ପାଣି ବାଲଟିରେ ବୁଡିଯାଇ ଶିଶୁର ମତ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣିବାଲଟିରେ ବୁଡିଯାଇ ଜଣେ ଶିଶୁର ମୃତ୍ୟୁ ହେବା ଘଟଣା ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ମୋନଜ ଜେନାର ଦେଢ଼ ବର୍ଷର ଶିଶୁପୁତ୍ର ଘରେ ରଖାଯାଇଥିବା ଏକ ପାଣି ବାଲଟି ନିକଟରେ ଠିଆ ହୋଇ ଖେଳୁଥିଲା । ସେ ଅସାବଧାନତା ବସତଃ ପାଣି ବାଲଟି ଭିତରେ ଓଲଟି ପଡିଯାଇଥିଲା । କିଛି ସମୟ ପରେ ପରିବାର ଲୋକେ ତାକୁ ଉଦ୍ଧାରକରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ