ପାଣି ଭିତରେ ମ୍ୟୁଜିକ୍ ଫେଷ୍ଟିଭାଲ

ଯେଉଁମାନେ ସଙ୍ଗୀତ ପ୍ରେମୀ, ସେମାନେ ପ୍ରତିବର୍ଷ ଫ୍ଲୋରିଡାରେ ଅନୁଷ୍ଠିତ ନିଆରା ମ୍ୟୁଜିକ ଫେଷ୍ଟିଭାଲ ଦେଖିବା ଉଚିତ୍ । ଏହା ସମୁଦ୍ର ଗର୍ଭରେ ଅନୁଷ୍ଠିତ ହୋଇଥାଏ । ସାମୁଦ୍ରିକ ସମ୍ପଦର ସଂରକ୍ଷଣ ପ୍ରତି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ପ୍ରତି ବର୍ଷ ଏଭଳି ଏକ ନିଆରା ଉତ୍ସବ ଆୟୋଜନ କରାଯାଇଥାଏ । ଯେଉଁଥିରେ ପୃଥିବୀର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଆସି ଭାଗ ନେଇଥାନ୍ତି । ସ୍ୱତନ୍ତ୍ର ପୋଷାକ ସହ ପ୍ରତିଯୋଗୀମାନେ ଜଳପରୀ ବେଶରେ ମଧ୍ୟ ନଜର ଆସିଥାନ୍ତି । ଏହି ଉତ୍ସବରେ ମ୍ୟୁଜିସିଆନ ବୁଡାଳିମାନେ ପାଣି ଭିତରେ ସାମୁଦ୍ରିକ ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଇନଷ୍ଟ୍ରୁମେଣ୍ଟ ବଜେଇଥାନ୍ତି ଏବଂ ପୂର୍ବରୁ ବଛା ହୋଇ ରହିଥିବା ସମୁଦ୍ର ଥିମ ଗୀତକୁ ଅଣ୍ଡରୱାଟର ସ୍ପିକର ଦ୍ୱାରା ଲାଇଭ ଷ୍ଟ୍ରମିଙ୍ଗ କରାଯାଇଥାଏ । ତେବେ ଏହି ଉତ୍ସବର ମଜା ନେବା ଲାଗି ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଫ୍ଲୋରିଡାର ଲୁ କି ରିଫ୍‌ଠାରେ ଏକତ୍ରିତ ହୋଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ