ପାଣି ମୋଟର ଚୋରି କରି ଅଭିଯୁକ୍ତ ଗଲେ ଜେଲ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ପୋଲିସ ସୋମବାର ପାଣି ମୋଟର ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣଙ୍କ ହେଲେ ପାଟପୁର ଥାନା ଧର୍ମରାୟପୁର ଗ୍ରାମର ଧୋବା ଦାସ l ସୂଚନା ଯୋଗ୍ୟ ଧର୍ମରାୟପୁର ଗ୍ରାମରେ ରଘୁନାଥ ମହାପାତ୍ର ଙ୍କ ଇଟା ଭାଟି ଅଛି l ରବିବାର ରାତ୍ର ଇଟା ଭାଟି ରେ କାମ କରୁଥିବା ଶ୍ରମିକ ମାନେ ମୋଟର ମାଧ୍ୟମରେ ପାଣି ପକାଇଥିଲେ l ସୋମବାର ଭୋରୁ ପାଣି ମୋଟର ଲଗାଇବା ପାଇଁ ଯାଇ ଦେଖିଲା ବେଳକୁ ପାଣି ମୋଟର ନାହିଁ କେହି ଚୋରାଇକି ନେଇଯାଇଛି l ଏନେଇ ଶ୍ରମିକ ମାନେ ଇଟା ଭାଟି ମାଲିକ ରଘୁନାଥ ମହାପାତ୍ର ଙ୍କୁ ଜଣାଇଥିଲେ l ରଘୁନାଥ ମହାପାତ୍ର ଆଖ ପାଖ ଲୋକଙ୍କୁ ବୁଝା ସୁଝା କରିବା ସହ ଖୋଜା ଖୋଜି କରି ଜାଣିବାକୁ ପାଇଥିଲେ ଯେ ରବିବାର ବିଳମ୍ବିତ ରାତ୍ର ପଯ୍ୟନ୍ତ ଇଟା ଭାଟି ଆଖ ପାଖରେ ଧୋବା ଦାସ ନାମକ ଜଣେ ବ୍ୟକ୍ତି ବୁଲାବୁଲି କରୁଥିଲା l ଏନେଇ ରଘୁନାଥ ମହାପାତ୍ର ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ୪୪୮/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ ପଚରା ଉଚରା କରି ଚୋରି ହୋଇଥିବା ପାଣି ମୋଟର କୁ ଧୋବା ଦାସ ଠାରୁ ଜବତ କରିଥିବା ବେଳେ ଧୋବା ଦାସ ଚୋରି କରିଥିବା ମାନି ଥିଲେ l ସୋମବାର ଧୋବା ଦାସକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଦିଗପହଣ୍ଡି ସବ ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସବ୍ୟ ସାଚି ମଲ୍ଲ ସୂଚନା ଦେଇଛନ୍ତି l