ପାଣି ଯୋଗାଣରେ ବିଳମ୍ବ ଯୋଗୁଁ ସଙ୍ଗରୋଧ କେନ୍ଦ୍ରରେ ଉତ୍ତେଜନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଶ୍ରୀରାମପଦା ସ୍ଥିତ ଅନ୍ବେସା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ୩ ଜଣ ଅନ୍ତେବାସୀ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଛନ୍ତି। ଏଥିସହ ସେମାନେ କେନ୍ଦ୍ରର ପାଇପ୍‌ ଓ ପାଇଖାନା ଭାଙ୍ଗିଥିବା ନେଇ ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ କୁମାର ଏତଲା ଦେଇଛନ୍ତି। ତାଙ୍କ ଏତଲା ପ୍ରକାରେ ଜି ଉଦୟଗିରି ପୋଲିସ କେସ ନଂ ୩୯/୨୦ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଆଇଆଇସି ଧୀରଜ କୁମାର ଲେଙ୍କା କହିଛନ୍ତି । ବିଶୃଙ୍ଖଳା କରୁଥିବା ତିନି ଜଣ ଯୁବକକୁ କାଲିଙ୍ଗା ଟିଏମ୍‌ସି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ବୋଲି ଜି ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି ।ବିଦ୍ୟୁତ୍‌ ସରବରାହ ନ ଥିବା ଯୋଗୁ ପାଣି ଯୋଗାଣର ସାମାନ୍ୟ ବିଳମ୍ବକୁ ନେଇ ଏପରି ଭଙ୍ଗାରୁଜା କରିଥିବା ଶୁଣିବାକୁ ମିଳୁଛି । ହେଲେ ବିଦ୍ୟୁତ୍‌ ବିଭ୍ରାଟ ପରେ ପାଣି ଟ୍ୟାଙ୍କର ଆସିଥିଲା। ସଙ୍ଗେ ସଙ୍ଗେ ପାଣି ଯୋଗାଇ ଯାଇଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି। ପାଣି ଯୋଗାଣର ସାମାନ୍ୟ ବିଳମ୍ବ ଯୋଗୁ ଏପରି ଭଙ୍ଗାରୁଜା କରି କାର୍ଯ୍ୟରତ କର୍ମଚାରୀଙ୍କୁ ଗାଳି କରି କୋଭିଡ ଆଇନ ଉଲଂଘନ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ