ପାଣ୍ଡିଆନଙ୍କୁ କାଳିମାଡ଼ ଅସନ୍ତୋଷ ଓ ଘୃଣା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସତ୍ୟବାଦୀରେ ରାଜନୈତିକ କର୍ମୀ ଭାବେ କାର୍ଯ୍ୟରତ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଗଣତନ୍ତ୍ରର ହତ୍ୟାକାରୀ, ରାଜକୋଷର ଅପବ୍ୟୟକାରୀ ଏବଂ ଓଡ଼ିଶାବାସୀଙ୍କୁ ସେମାନଙ୍କର ଅଧିକାରରୁ ବଞ୍ôଚତ କରୁଥିବା ନବୀନ ପଟ୍ଟନାୟକ ଏବଂ ରାଜନୈତିକ କର୍ମୀ ଭାବେ କାର୍ଯ୍ୟରତ ସରକାରୀ ଅଫିସର ଭି.କେ ପାଣ୍ଡିଆନଙ୍କ ଉପରେ ଓଡ଼ିଶାବାସୀଙ୍କ ଅସନ୍ତୋଷ ଏବଂ ଘୃଣାର ପ୍ରତିଫଳନର ଅୟମାରମ୍ଭ ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି (ଆଇ.ସି.ପି.) ସଭାପତି ରଶେ ଚନ୍ଦ୍ର ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ସୂଚନା ଅଧିକାର କର୍ମୀ ଶ୍ରୀ ଭାସ୍କର ସାହୁ ଜଣେ ସ୍ୱାଭିମାନୀ ଓଡ଼ିଆ, ଗଣତନ୍ତ୍ରବାଦୀ ଓ ବୀର ଓଡ଼ିଆ ବୋଲି ଶ୍ରୀ ରାଉତ କହିଛନ୍ତି । ଓଡ଼ିଶାର ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ ପାଣ୍ଡିଆନ ଗସ୍ତକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିରୋଧ କରିବାକୁ ଶ୍ରୀ ରାଉତ ଆହ୍ୱାନ ଦେଇଛନ୍ତି ।


