ପାଣ୍ଡିଆନଙ୍କ ସପକ୍ଷରେ ବିଜେଡି ନେତା

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ଭି.କେ. ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛି ବିଜେଡି। ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀ କହିଛନ୍ତି, ଭି.କେ. ପାଣ୍ଡିଆନଙ୍କୁ ଗଞ୍ଜାମ ଜିଲ୍ଲା ଯଦି ଗ୍ରହଣ କଲା, ଓଡ଼ିଶାବାସୀ କାହିଁକି ଗ୍ରହଣ କରିବେନି। ଓଡ଼ିଶାରେ ବହୁ ବର୍ଷ ଧରି ପ୍ରଶାସନିକ ସେବା ଯୋଗାଇଛନ୍ତି। ଯଦି ଭଲ କାମ କରୁଛନ୍ତି କାହିଁକି ଗ୍ରହଣ କରିବେନି। ଅନେକ ଲୋକ ବିରୋଧୀ ଦଳ ମଧ୍ୟ ତାଙ୍କ ଦକ୍ଷତାକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭରସା କରି ଗୁରୁ ଦାୟିତ୍ଵ ଦେଇଛନ୍ତି ଆଶା କରୁଛି ସଫଳ ହେବେ।ପାଣ୍ଡିଆନ୍ ବିଜେଡିକୁ ଆସିବେ କି ନାହିଁ, ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଏବେ ପ୍ରଶାସନ ଟିମ୍ ଗୁଡ ଗଭର୍ଣ୍ଣାନ୍ସକୁ ନେଇ କାମ କରିବେ। ଓଡ଼ିଶା ପ୍ରଶାସନକୁ ଗତିଶୀଳ କରିବା। ଗଞ୍ଜାମ ଜିଲ୍ଲାରେ ଯେଉଁ ଭଳି କାର୍ଯ୍ୟକ୍ରମ କରୁଥିଲେ ତାଙ୍କ ସେବାକୁ ଉଚିତ ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ଫାଇଭ ଟି କାର୍ଯ୍ୟକ୍ରମ ଗୁଡ ଗଭର୍ଣ୍ଣାନ୍ସର ଲକ୍ଷଣ। ଯେତେବେଳେ ତାଙ୍କୁ ଯୋଉ ଦାୟିତ୍ଵ ଦିଆଯାଇଛି, ସେ ଭଲ ଭାବେ ନିଭାଇଛନ୍ତି।ଏଣେ ପାଣ୍ଡିଆନଙ୍କ ଭିଆରଏସ ଓ ନୂଆ ନିଯୁକ୍ତିକୁ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକ ଗ୍ରହଣ କରିବେ। ଓଡ଼ିଶାବାସୀ ବହୁତ ମାତ୍ରାରେ ସ୍ଵାଗତ କରିବେ। ପାଣ୍ଡିଆନ ହେଉଛନ୍ତି ବିକାଶ ପୁରୁଷ। ରୂପାନ୍ତରିକରଣର ମହାନାୟକ ପାଣ୍ଡିଆନ। ସେଥିପାଇଁ ଲୋକ ଗ୍ରହଣ କରିବେ। ଏବେ ଯାଏଁ ରାଜନୀତିକୁ ଆସିନାହାନ୍ତି। ସେ ରାଜନୀତିକୁ ଆସିଲେ ଓଡ଼ିଶାବାସୀ ସ୍ଵାଗତ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ