ପାଣ୍ଡିରିପଡା ମେଡ଼ିକାଲରେ ଆୟୁଷ୍ମାନ ଆରୋଗ୍ୟ ଶିବିର

ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର(ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର)ରେ ଏକ ଆୟୁଷ୍ମାନ ଆରୋଗ୍ୟ ସେବା ଶିବିର ସେପ୍ଟେମ୍ବର ୨୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଯୋଗବିଦ୍ୟା ପ୍ରଦାନ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲି ମେଡ଼ିସିନ ଯୋଗେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଆଲୋଚନା କରି ସ୍ୱାସ୍ଥ୍ୟ ସେବା ପ୍ରଦାନ, ରକ୍ତ ପରୀକ୍ଷା କରିବା, ଅଣ ସଂକ୍ରମଣ ରୋଗର ଚିହ୍ନଟ କରିବା ସହିତ ସେବା ପ୍ରଦାନ କରିବା, ମାଗଣାରେ ଔଷଧ ବଣ୍ଟନ, ସାଧାରଣ ଓ ଆୟୁଷ ବିଭାଗରେ ସେବା ପ୍ରଦାନ ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ରୋଗୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ବିଭିନ୍ନ ପ୍ରକାର ରୋଗ ଉପରେ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ ଡାକ୍ତର ବିଜୟ କୁମାର ଭୂୟାଁ ଓ ଆୟୁଷ ଡାକ୍ତର ସୁନୀଲ କୁମାର ଦଳେଇ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇଥିଲେ। ସଂଯୋଜକ କୃଷ୍ଣଚନ୍ଦ୍ର ପୋଲାଇ ଓ ଫାର୍ମାସିଷ୍ଟ ଗଣେଶ ନାୟକ ସହଯୋଗ କରିବା ସହିତ ଏହି ଶିବିରକୁ ସଫଳ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ