ପାଣ ସମାଜକୁ ସଂଗଠିତ କରିବା ଆମର ଲକ୍ଷ୍ୟ

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ପୁରୁଣାପାଣି ଠାରେ ରବିବାର କୁଲେଇଗଡ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ପାଣ ଜାତି ସମାଜର ୭ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।କୁଲେଇଗଡ ସଭାପତି ଦୁଃଖବନ୍ଧୁ ତଣ୍ଡିଆ ଏଥିରେ ସଭାପତିତ୍ବ କରି ବାର୍ଷିକ ବିବରଣୀ ପଠନ କରିଥିଲେ।ସମ୍ମଳନୀରେ କୁଚିଣ୍ଡା ବ୍ଲକ ସଭାପତି ସୋମବାରୁ ବୁଡା,ଉପସଭାପତି ମନବୋଧ କଣ୍ଟା, ସମ୍ପାଦକ ଲିଙ୍ଗରାଜ ବାଘ,ସହସମ୍ପାଦକ ତ୍ରିନାଥ ଲୁହା,ଟିକେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ, କୁସଂସ୍କାର ଭଳି ବ୍ୟାଧି ସମାଜରେ ଏବେବି ବସା ବାନ୍ଧି ରହିଥିବାରୁ ବହୁ ଗରୀବ ପରିବାର ଏହାଦ୍ବାରା ଶୋଷିତ ହେଉଛନ୍ତି।ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରି ସଂଗଠନକୁ ସୁଦୃଢ କଲେ ପାଣ ଜାତିର ସାମୂହିକ ବିକାଶ ହେବ ବୋଲି କହିଥିଲେ।କାର୍ଯ୍ୟକ୍ରମରେ ତେଲିତିଲେଇମାଲ ପଞ୍ଚାୟତ ସଭାପତି ଭୀଷ୍ମ ମହାନନ୍ଦ, ସନାତନ କୁସୁମ,କମଳ ଲୋଚନ ସିଂ,ପ୍ରଦୀପ୍ତ ସୁରୁଜୁଲିଆ ପ୍ରମୁଖ ଯୋଗଦେଇ ସଂଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ଶେଷରେ ଚନ୍ଦ୍ରମଣି ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ମନବୋଧ ବାଘ,ତୁଳାରାମ ଦଣ୍ଡିଆ,ଜନାର୍ଦ୍ଦନ କାଉ ସହଯୋଗ କରିଥିଲେ।ଏଥିରେ କୁଲେଇଗଡ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳାପୁରୁଷ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ