ପାତ୍ରପଡାରେ ପହଞ୍ଚିଲା ‘ମୋଦି ଗ୍ୟାରେଣ୍ଟି ରଥ’
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ରଥ ସଦର ବ୍ଲକ ଅନ୍ତର୍ଗତ ପାତ୍ରପଡା ପଞ୍ଚାୟତରେ ପହଞ୍ଚିଛି । ଗ୍ରାମାଞ୍ଚଳରେ ସଂକଳ୍ପ ଯାତ୍ରାକୁ ବିପୁଳ ଜନସମର୍ଥନ ମିଳୁଛି । ଜନସାଧାରଣ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଯୋଗାଯୋଗର ମାଧ୍ୟମ ପାଲଟିଛି ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି ରଥ ଆଜି ମୋଦି ଗ୍ୟାରେଣ୍ଟି ଗାଡି ଭାବରେ ଜନପ୍ରିୟ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇ ପାତ୍ରପଡା ପଞ୍ଚାୟତର ଜନସାଧାରଣ ବହୁସଂଖ୍ୟାରେ ଯାତ୍ରାରେ ସାମିଲ ହୋଇଥିଲେ । ଏହି ଯାତ୍ରାର ଅଂଶବିଶେଷ ଭାବେ ସଚେତନତାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଶଣ କରାଯାଇଥିଲା । ସରକାରୀ ଯୋଜନା ଗୁଡିକର ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ଏବଂ ସମଗ୍ର ଦେଶରେ ନାଗରିକଙ୍କ ପାଖରେ ଏହାର ପହଞ୍ଚାଇବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ବୋଲି ମୁଖ୍ୟ ବକ୍ତାଗଣ ପରିପ୍ରକାଶ କରିଛନ୍ତି । ପ୍ରତିଦିନ ଏହି ରଥ ସଦର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଯାଇ ବିଗତ ୧୦ ବର୍ଷରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଗରିବ, ମହିଳା, ଯୁବ ଏବଂ କୃଷକଙ୍କର ସାମାଜିକ ଓ ଆର୍ଥୀକ ବିକାଶ ସମ୍ବନ୍ଧରେ ଦର୍ଶାଉଛି । ତତ୍ ସହିତ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଏହି ଗାଡି ମୋଦୀ ସରକାରଙ୍କ ଯୋଜନା ସହ ଯୋଡି ହେବାର ସୁଯୋଗ ଦେବ । କେନ୍ଦ୍ର ସରକାରଙ୍କ ତରଫରୁ ପଞ୍ଚାୟତର ଜୟନ୍ତ ସାହୁ, ପ୍ରମିଳା ଦାସ, ନିରଞ୍ଜନ ମହାରଣା, ଅବନ୍ତୀ ସାହୁ ଓ ସୁମତି ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିସହ ବିଦ୍ୟାଳୟର ପିଲାମାନଙ୍କୁ ମଧ୍ୟ ପୁରସ୍କାର ବିରତଣ କରାଗଲା ।ଉକ୍ତ କାର୍ଯ୍ୟକ୍ରମରେ ସଦର ନେତା ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଓ ଶୁଭଙ୍କର ମହାପାତ୍ର, ବରିଷ୍ଠ ନେତା ଗୌରାଙ୍ଗ ଦାସ ଓ ଅନନ୍ତ ନାୟକ, ସରପଞ୍ଚ ଅଞ୍ଜନା ଦାସ, ସମିତିସଭ୍ୟା ଆରତୀ ମାଝୀ, ୱାର୍ଡମେମ୍ବର ଜ୍ୟେସ୍ନାରାଣୀ ଦାସ, ଛବିରାଣୀ ବିଶ୍ୱାଳ, ସସ୍ମିତା ପ୍ରଧାନ, ଉଷା ଦାସ, ରମଣୀ ମହାନ୍ତି, ପୂର୍ଣ୍ଣିମା ମାଝୀ, ପୁଷ୍ପଲତା ଦାସ, ଜ୍ୟୋତିପ୍ରକାଶ ଦାସ, ଏମ.ବି.କେ ମିନତୀ ପାତ୍ର, ସୁଶାନ୍ତ ସାହୁ, ତନ୍ମୟ ଜେନା, ସତ୍ୟାନନ୍ଦ ଦାସ, ହରିହର ଦାଶ, ନିରଞ୍ଜନ ଦାସ, ବୁଲୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


