ପାନୀୟଜଳରୁ ବଞ୍ଚିତ ମହିଳାଙ୍କ ପଞ୍ଚାୟତ ଘେରାଉ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ସୋସୋ ଗ୍ରାମର କିଛି ସାହିର ବାସିନ୍ଦା ମାନେ ଆଜକୁ ଦୁଇମାସ ହେବ ପାନୀୟ ଜଳରୁ ବଞ୍ଚିତ ହୋଇ ନାନା ସମସ୍ୟା ଭୋଗୁଥିବାବେଳେ ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ପାନୀୟ ଜଳଲାଗି ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ପୁର୍ବରୁ ମୋଟର ଯୋଗେ ପାଇପଲାଇନ ଦେଇ ଗାଁକୁ ପାଣି ଯୋଗାଇ ଦିଆଯାଉଥିଲା । ମାତ୍ର ଗତ କିଛିମାସ ହେବ ଓଭରହେଡ ଟାଙ୍କି କରାଯାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏହି ପାଣି ଯୋଗାଣରେ ନାନା ସମସ୍ୟା ଦେଖାଯିବା ସହିତ କେବଳ ଦୁଇଟି ସାହିକୁ ପାଣି ୋଯାଗାଣ ହେଉଥିବାବେଳେ ଆଉ ଦୁଇଟି ସାହି ପାନୀୟଜଳ ପାଇବାରୁ ବଞ୍ଚିତ ହେଉଥିଲେ । ଏହାକୁନେଇ ଗ୍ରାମର ଉମା ରାଉତ, ବୀଣାପାଣି ରାଉତ, ପ୍ରଭାତୀ ଆଇଚ, ବାସନ୍ତି ବେହେରା, ରୁପା ବେହେରା, ଅନୁସୟା ରାଉତ, ଅନିମା ରାଉତ,ବାସନ୍ତି ରଣା. ସନ୍ଧ୍ୟାରାଣୀ ପତି, ସୁନିତା ସେଠୀ, କମଳା ରାଉତଙ୍କ ସମେତ ଶତାଧିକ ମହିଳା ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ସରପଞ୍ଚ ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ପୁର୍ବରୁ ଗୋଟିଏ ମାତ୍ର ମୋଟର ଯୋଗେ ପାଣି ଉଠାଣ ହେଉଥିଲା ସେହି ମୋଟର ଯୋଗେ ଓଭରହେଡ ଟାଙ୍କିକୁ ଠିକ ଭାବେ ପାଣି ଉଠାଯାଇ ପାରୁ ନଥିବାରୁ ଏପରି ସମସ୍ୟା ଦେଖା ଦେଇଛି ବୋଲି କହିଥିଲେ । ଅତିଶିଘ୍ର ଜଳଯୋଗାଣର ସୁବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ