ପାନୀୟଜଳ ଯୋଗାଣ ପ୍ରକଳ୍ପ ଶୁଭ ଦେଲେ ସରପଞ୍ଚ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅଧିନ ହନୁମାନଜୀଉ ମିନିଷ୍ଟାଡିୟମ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶୁଭ ଦିଆଯାଇଛି । ୩ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପକୁ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଶୁଭ ଦେଇଥିଲେ । ଏଥିରେ ଆର୍.ଡବ୍ଲ୍ୟୁ.ଏସ୍.ଏସ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ଶିକ୍ଷକ ସୃଜତିକୃଷ୍ଣ ବେହେରା, ପ୍ରଦୀପ ଜେନା, ଭାରତୀ ଧଳ, ଯମୁନା ସାହୁ, ସୁଭାସିନୀ ସେଠୀ, ପର୍ଶୁରାମ ସାହୁ, ସନ୍ତୋଷ ଧଳ, ପ୍ରକାଶ ସ୍ୱାଇଁ, ଦୀଲିପ ଜେନା, ସନାତନ ନାୟକ, ତୁଳସୀ ନାୟକ, ମାନସ ପୁହାଣ ଉପସ୍ଥିତ ଥିଲେ ।