ପାନୀୟଜଳ, ରାସ୍ତା ଓ ଆଲୋକ ସମସ୍ୟାରେ ସିକପାଟା ଗ୍ରାମ

ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକପାଟା ଗ୍ରାମ ବ୍ଲକ ଓ ପଂଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଅବସ୍ଥିତ । ଯେଉଁଠାରେ ଅନୁସୂଚିତ ଜାତିର ୩୫ଟି ପରିବାର ପାଖାପାଖି ୧୫୦ରୁ ଉର୍ଦ୍ଧ ଜନସଂଖ୍ୟା ବସବାସ କରି କାହିଁ କେତେବର୍ଷରୁ ରହିଆସୁଛନ୍ତି । ହେଲେ ଦୀପ ତଳ ଅନ୍ଧାର ଭଳି ବ୍ଲକ ଓ ପଂଚାୟତ ପ୍ରଶାସକଙ୍କ ପାଖରେ ଥାଇମଧ ପାନୀୟଜଳ, ରାସ୍ତା ଓ ଆଲୋକ ସମସ୍ୟାରେ ଉକ୍ତ ଗ୍ରାମ ରହିଆସୁଥିବା ଦେଖିବାକୁ ମିଳିଛି । ପାନୀୟ ଜଳ ଯୋଗାଇବା ପାଇଁ ଅନ୍ୟ ଗ୍ରାମ ଥଥା ସାହିକୁ ନଳକୂପ ସହିତ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଥିଲା ବେଳେ ସିକପାଟା ଗ୍ରାମକୁ ନଳକୂପ ଦିଆଯାଇଅଛି । ଏଥିରୁ ଗୋଟିଏ ସମ୍ପୂର୍ଣ୍ଣ ଖରାପ ଥିଲା ବେଳେ ଆଉଗୋଟେ ଭଲ ପାଣି ଦେଉନାହିଁ । ଗୋଟିଏ ନଳକୂପରେ ଭରସା କରି ଜୀବନ ବିତୁଛି । ବେଳେ ବେଳେ ହଠାତ ଉକ୍ତ ନଳକୂପ ଖରପ ହେଲେ ମରାମତି ହେବାଯାଏ ଛୁଆ ପାଣି ବ୍ୟବହାର କରିବାକୁ ବାଧ୍ୟହେଉଥିବା କହିଛନ୍ତି । ସେହିପରି ଗ୍ରାମକୁ ଭଲରାସ୍ତାଟିଏ ନାହିଁ କି ସାହିରେ ବିଦ୍ୟୁତ ଆଲୋକର ବ୍ୟବସ୍ଥା ହୋଇନାହିଁ । ଗ୍ରାମରୁ ବଜାର ମାତ୍ର ଅଧ କିଲୋମିଟର ଦୂରରେ ରହିଥିଲେହେଁ । ସନ୍ଧ୍ୟା ନହିଁଆସିଲେ ରାସ୍ତା ସହିତ ସାହି ଅନ୍ଧାର ହୋଇ ଭୟର ଆଶଙ୍କା ମଧରେ ଗମନାଗମନ କରିଥାଆନ୍ତି । ବର୍ଷା ଓ ଖରାଦିନ ଆସିଲେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଥାଏ । ସେହିପର ବର୍ଷା ଦିନରେ ଭଲରାସ୍ତା ନଥିବା ଓ ସାହିରେ ବିଦ୍ୟୁତ ଆଲୋକର ବ୍ୟବସ୍ଥା ନଥିବାରୁ ନାହିଁଥିବା ସମସ୍ୟା ସହିତ ଅନେକ ସମୟରେ ସରୀସୃପ ଓ ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଗ୍ରାମର ଆଶ୍ୱିନୀ ମନ୍ତ୍ରୀ, ବୁଲୁ ମନ୍ତ୍ରୀ, ମୋନଜ ରଣଜିତ ଓ ବିଜୟ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ବିଷୟରେ ବିଡ଼ିଓ ତ୍ରିଲୋଚନ ପାତ୍ରଙ୍କ ସହ ଯୋଗାଯୋରେ କହିଛନ୍ତି ତୁରନ୍ତ ତଦନ୍ତ କରି ପ୍ରଥମେ ପାନୀୟ ଜଳ ଓ ସାହିରେ ବିଦ୍ୟୁତ ଆଲୋକର ବ୍ୟବସ୍ଥା କରାଯିବ ଏବଂ ଜୁନ ମାସରେ ରାସ୍ତା ନିର୍ମାଣ ନେଇ ପଦକ୍ଷେପ ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ