ପାନୀୟ ଜଳରେ ଗୋଡ଼ଧୂଆ ନେଇ ଉଠିଲା ପ୍ରଶ୍ନ ଲିଙ୍ଗରାଜ ମନ୍ଦିରରେ ଜଳ ସଂରକ୍ଷଣ ପ୍ରକଳ୍ପ ପାଇଁ ଦାବୀ

ଭୁବନେଶ୍ୱର,: ସ୍ମାର୍ଟ ସହରର କାୟା ବଢିଛି । ତାଳ ଦେଇ ବଢିଛି କୋଠାବାଡ଼ି, ଗାଡ଼ିମଟର ଓ ଜନସଂଖ୍ୟା । ଲୋକଙ୍କ ଆବଶ୍ୟକତା ପାଇଁ ପୋତି ହୋଇଛି ଜଳାଶୟ । ମାଳ ମାଳ ବୋରିଂ ସତ୍ତେ୍ୱ ଲୋକଙ୍କ ଶୋଷ ମେଣ୍ଟୁନାହିଁ । ସେପଟେ ଜଳ ଅପଚୟର ଶହ ଶହ ଦୃଷ୍ଟାନ୍ତ ସାମନାକୁ ଆସୁଛି । ଐତିହ୍ୟ ସମ୍ପନ୍ନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ପିଇବା ପାଣିରେ ଗୋଡ଼ଧୂଆ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାମାଜିକ କର୍ମୀ । ମନ୍ଦିର ଆଖପାଖରେ ବର୍ଷାଜଳ ସଂରକ୍ଷଣ ଓ ଜଳ ପରି•ଳନାକୁ କଡ଼ା କଡ଼ି କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି । ଛୋଟ ଛୋଟ ଉଦ୍ୟମ କଲେ ପିଇବା ପାଣିର ବଡ଼ ସଙ୍କଟକୁ ଟାଳି ଦିଆଯିବ ବୋଲି ମତପ୍ରକାଶ ପାଇଛି ।
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ପାଶ୍ୱର୍ରେ ପାଦ ପ୍ରକ୍ଷାଳନ ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ଆବଶ୍ୟକୀୟ ପାଣି ପାଇଁ ୭ଟି ୨ ହଜାର ଲିଟର ପାଣିଟାଙ୍କି ବସାଯାଇଛି । ଏଥିରେ ଦିନକୁ ୨ଥର ପାଣି ଭର୍ତ୍ତି କରାଯାଉଛି । ଦିନ ଭିତରେ ପାଖାପାଖି ୨୦ ହଜାର ଲିଟର ଜଳ ଗୋଡ଼ଧୁଆରେ ଖର୍ଚ୍ଚ ହୁଏ ଏବଂ ବାକି ପାନୀୟ ଜଳ ହିସାବରେ ବ୍ୟବହୃତ ହୋଇଥାଏ ବୋଲି ଏକ ଆକଳନରୁ ଜଣାପଡ଼ିଛି । ଦିନକୁ ୨୦ ହଜାର ଲିଟର ହିସାବରେ ମାସକୁ ୬ ଲକ୍ଷ ଓ ବର୍ଷକୁ ୭୨ ଲକ୍ଷ ଜଳ ଗୋଡ଼ଧୁଆରେ ଡ଼୍ରେନ୍ ମଧ୍ୟରେ •ଲିଯାଇଥାଏ । ସରକାରୀ ଦର ଅନୁଯାୟୀ ପାଣି ଲିଟରକୁ ୧୭ ପଇସା ହିସାବରେ ୨୦ ହଜାର ଲିଟରକୁ ଦିନକୁ ୩୪୦୦ଟଙ୍କାର ଜଳ ଖର୍ଚ୍ଚ ହୋଇଥାଏ । ବାର୍ଷିକ ୧୨ ଲକ୍ଷ ୨୪ ହଜାର ଟଙ୍କା ଗୋଡ଼ ଧୋଇବା ଜଳରେ ଖର୍ଚ୍ଚ ହୁଏ । ତାକୁ ଅଟକାଇ ବିଶୋଧନ କରି ପୁଣି ଥରେ ବ୍ୟବହାର କରାଯିବା ଭଳି ବନ୍ଦୋବସ୍ତ ହେଉନାହିଁ । ଗୋଡ଼ ଧୂଆ ପାଇଁ ପିଇବା ପାଣିର ଏଭଳି ଅପବ୍ୟବହାରକୁ ନେଇ ସମାଜସେବୀ ସୁଶାନ୍ତ ସାହୁ ପ୍ରଶ୍ନ ଉଠାଇଛନ୍ତି । ଜଳ ସଂରକ୍ଷଣ, ବିଶୋଧନ ଓ ପୁନଃ ବ୍ୟବହାର ସମ୍ପର୍କିତ ଏକ ପ୍ରସ୍ତାବ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି । ୨୦ ହଜାର ଲିଟର ଜଳକୁ ପୁନଃ ବ୍ୟବହାରରେ ସକ୍ଷମ କରିବା ପାଇଁ ଇଂ ବାସୁଦେବ ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ପ୍ରୋଜେକ୍ଟରେ ଏହି ପ୍ରସ୍ତାବ ଦିଆଯାଇଛି । ଏଥିରେ ମୋଟ୍ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହା କାର୍ଯ୍ୟକାରୀ କରାଗଲେ ମାସକୁ ୫ ଲକ୍ଷ ୪୦ ହଜାର ଲିଟର ଜଳର ପୁନଃ ଚକ୍ରଣ ସମ୍ଭବପର ହୋଇପାରିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ