ପାନୀୟ ଜଳର ସୁବିଧା ପାଇଁ ନଳକୂପ ଖୋଳାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପାନୀୟ ଜଳର ନିତ୍ୟାନ୍ତ ଆବଶ୍ୟକତା ଦୃଷ୍ଟିରୁ ନଳକୂପ ଖୋଳାଯିବାକୁ ଗ୍ରାମବାସୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମପଞ୍ଚାୟତର କାନପୁର, ଗିରିମଠ ଓ ଦଳିତ ବସ୍ତିରେ ନଳକୂପ ଟିଏ ନଥିବାରୁ ଅଧିବାସୀମାନେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଫଳରେ ଦୁଷିତ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରି ଗ୍ରାମବାସୀମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ୪୦ଟିରୁ ଉର୍ଦ୍ଧ୍ୱ ପରିବାର ବାସ କରୁଥିବା ଉପରୋକ୍ତ ଗ୍ରାମ ଏବଂ ଦଳିତ ବସ୍ତିରେ ନଳକୂପଟିଏ ବସାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ସତ୍ୟଭାମା ପ୍ରଧାନ, ଯୋଶନାମୟୀ ପ୍ରଧାନ ଓ ରଶ୍ମିତା ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ