ପାନୀୟ ଜଳ ପାଇଁ ଡହଳ ବିକଳ କଣ୍ଟାହୁରୁ ଗ୍ରାମବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଡମ୍ବଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଟାହୁରୁ ଗ୍ରାମରେ ପାଣି ପାଇଁ ଲୋକେ ଡହଳ ବିକଳ । ଦୀର୍ଘ ବର୍ଷର ବହୁ ପୁରାତନ କୂଅର ଦୂଷିତ ଜଳ ଉପରେ ନିର୍ଭର କରନ୍ତି ଏହି ଗ୍ରାମର ୪୦ ପରିବାର । ଗ୍ରାମରେ ରହିଛି ୫ଟି ନଳକୂପ । ସେଥିମଧ୍ଯରୁ ୩ଟି ଅଚଳ ହୋଇ ପଡିଥିବା ବେଳେ ୨ଟି ସଚ଼ଳ ଅଛି। କିନ୍ତୁ ସେଥିରୁ କଳଙ୍କି ଯୁକ୍ତ ହଳଦୀ ରଙ୍ଗର ପାଣି ବାହାରୁଛି। ସେହି ପାଣି ପିଇବା ଦ୍ଵାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ୫ ବର୍ଷ ହେଲା ସୋଲାର ସିଷ୍ଟମ ଖୋଲାଯାଇଛି କିନ୍ତୁ ଅଧପନ୍ତରିଆ ଭାବେ ତାହା ପଡିରହିଛି l ବାରମ୍ବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ନିଦାବିଷ୍ନ୍ତୁ ଭଳି ରହୁଥିବା କହିଛନ୍ତି ଗ୍ରାମବାସୀ । ସରକାର ଏହି ପାନୀୟ ଜଳ ସମସ୍ୟାର ସମାଧାନ କେବେ କରିବେ ଏ ବିଷୟରେ ମଧ୍ୟ ସରପଞ୍ଚକୁ ଗ୍ରାମ ବାସୀ ବାରମ୍ବାର ଲିଖିତ ଅବଗତ କରାଇ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ପ୍ରତିକାର ପାଇନାହାଁନ୍ତି ଗ୍ରାମବାସୀ । ଆଗକୁ ଆସୁଛି ଗ୍ରୀଷ୍ମ ଋତୁ ।ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ମୋହନା ବ୍ଲକରେ ବୄଦ୍ଧିପାଉଥିବାରୁ ଜଳ କଷ୍ଟ ଆଗକୁ ତୀବ୍ରତର ହେବ ବୋଲି ଜଣାପଡିଛି।ପାନୀୟ ଜଳର ସମସ୍ୟା ଯଦି ଶୀଘ୍ର ସମାଧାନ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି କଣ୍ଟାହୁରୁ ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ