ପାନୀୟ ଜଳ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟିକା
ଚିକିଟି,(କୁରେଶୁ ସାହୁ):ଚିକିଟି ବ୍ଲକ କୃଷ୍ଣପୁର ଓ ଲିଆଖାଇ ଦୁଇ ଗ୍ରାମ ର ପାନୀୟଜଳ ସମସ୍ୟା ଦୂର ପାଇଁ ଏକ ଲକ୍ଷ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ଏକ ଟେଙ୍କ ର ଆଜି ଶିଳାନ୍ୟାସ ହୋଇଛି । ସ୍ଥାନୀୟ ବିଧାୟିକା ଉସାଦେବୀ ଉଦଘାଟନ କରିବା ସହ ବ୍ଲକ ଅଧ୍ୟକ୍ଷା ଏମ. ପଦ୍ମା, ଜିଲ୍ଲା ପରିଷଦ ସଭ୍ୟ ପ୍ରମତି ପ୍ରଧାନ, ସରପଞ୍ଚ ସୁସୁମା ମଳିକ, ବିଧାୟିକା ପ୍ରତିନିଧି ବି. କ୍ରିଷ୍ଣା ମୂର୍ତ୍ତୀ ପ୍ରମୁଖ ଯୋଗ ଦେଇ ଉତ୍ଚାହିତ କରିଥିଲେ। ଜଳ ଜୀବନ ମିଶନ ର ବସୁଧା ଯୋଜନା ରେ ଦୁଇ ଗ୍ରାମ ର ୩୯୮ ଘର ର ୩୩୦୬ ଲୋକ ଉପକୃତ ହେବା ଯୋଜନା ରହିଥିବା ବେଳେ ୮୩ ଲକ୍ଷ ୯୫ ହଜାର ବ୍ୟୟ ଅଟକଳ ରହିଛି । ସହାୟକ ଯନ୍ତ୍ରି ରବୀନ୍ଦ୍ର ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ଉତ୍ତମ ନାୟକ, ଠିକାଦାର ବୈଲୋଚନ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ନିଜସ୍ଵ ମତ ରଖିଥିଲେ। ମାଉନ୍ଦପୁର ଓ ଢ଼େପଗାଁ ଦୁଇ ଗ୍ରାମ ପାଇଁ ୧୦ ବର୍ଷ ହେଲା ୨ଟି ବୋର ଖୋଳା ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନଥିବା ଯୋଗୁ ଅଭିଯୋଗ ପତ୍ର ବିଭାଗ କୁ ପ୍ରଦାନ କରାଯାଇଥିଲା । ଟୁନା ପ୍ରଧାନ, ଓକିଲ ବିଜୟ ପ୍ରଧାନ, ଲାଷ୍ମୀକାନ୍ତ ପ୍ରଧାନ, ବାରିକ ସେଠି, ପାଣ୍ଡୁ ପ୍ରଧାନ, ସନ୍ତୋଷ ପ୍ରଧାନ,ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।


