ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ପଡିଲା ଭିତ୍ତିଭୂମି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର କହ୍ନେଇପୁର ଗ୍ରାମରେ ଏକ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ମଙ୍ଗଳବାର ଭିତ୍ତିଭୂମି ପଡିଛି । ଫଳକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସରପଞ୍ଚ ରମେଶ ଚନ୍ଦ୍ର ସାହାଣୀ ଓ ସମିତି ସଭ୍ୟା କାଞ୍ଚନବାଳା ଲେଙ୍କାଙ୍କ ନାମ ଥିଲେ ମଧ୍ୟ କରୋନା କଟକଣା ପାଇଁ କେହି ନଆସିବାରୁ ଏହି ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଆଖପାଖ ୩ଟି ଗ୍ରାମ ସନ୍ୟାସପୁର, ବରହମପୁର ଓ ମାନପାଟଣା ଗ୍ରାମର ଗ୍ରାମବାସୀ ଓ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ନେଇ ଭିତ୍ତିଭୂମି ପଡିଥିଲା । ଏହି ପ୍ରକଳ୍ପଟିକୁ ୨କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ କେନ୍ଦ୍ରାପଡା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଡିଭିଜନ ନିର୍ମାଣ କରିବ । ଏହି ପ୍ରକଳ୍ପ ନିର୍ମାଣ ହେଲେ ସନ୍ୟାସପୁର, ବରହମପୁର, ମାନପାଟଣା ଓ କହ୍ନେଇପୁର ଗ୍ରାମର ୫ହଜାର ଲୋକ ଉପକୃତ ହେବେ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ ତପନ କୁମାର ଦତ୍ତ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦିଲ୍ଲିପ ବେହେରା, ରଞ୍ଜନ ବେହେରା, ପ୍ରଦିପ ବେହେରା, ଗୋଲେଖ ବେହେରା, ଭାଷ୍କର ପରିଡା, ସୁନାକର ବେହେରା, ବାବୁଲି ଲେଙ୍କା, ଅନନ୍ତ ସ୍ୱାଇଁ, ରଞ୍ଜନ ଭୋଳ, ପ୍ରଦିପ ଖଟୁଆ, ଗୈାରାଙ୍ଗ ବେହେରା, ନିରାକାର ଲେଙ୍କା, ଅଶୋକ ବେହେରା, ବଳରାମ ବେହେରା, ଉମାକାନ୍ତ ବେହେରା, ମମତା ରାଉତ, ମମତା ବେହେରା, ଦେବସ୍ମିତା ବେହେରା, କାମିନୀ ବେହେରା, ନିଳମଣୀ ପ୍ରଧାନ, ନିମାଇଁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦୀର୍ଘଦିନ ଧରି ପାନୀୟ ଜଳ ନପାଇ ବହୁ ଅସୁବିଧାରେ ଥିବା ଗ୍ରାମବାସୀମାନେ ଏହି ପ୍ରକଳ୍ପର ଭିତ୍ତିଭୂମି ପଡିବା ପରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।