ପାନୀୟ ଜଳ ଯୋଗାଣ ରେ ଅବ୍ୟବସ୍ଥା

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଖଣ୍ଡିଆନଈ ପଞ୍ଚାୟତର ଦେଉଳିଆପଡା ଗ୍ରାମରେ ପାନୀୟ ଜଳର ଅବ୍ୟବସ୍ଥା କୁ ନେଇ ତାତି ଉଠିଲେ ମହିଳା। ବ୍ଲକ ପରିସରରେ ଥିବା ଜଳ ଓ ପରିମଳ କାର୍ଯ୍ୟାଳୟକୁ ଶତାଧିକ ମହିଳା ଆସି ଘେରାଉ କରି ଅଭିଯୋଗ କରିଛନ୍ତି। ଦେଉଳିଆପଡା ରେ ଥିବା ପାନୀୟ ଜଳ ପ୍ରକଳ୍ପରେ କେତେ ବେଳେ ବିଦ୍ୟୁତ୍ କଟି ଯାଉଛି ତ କେତେ ବେଳେ ମଟର ଖରାପ ହେଉଯାଉଛି କହି ମାସ ମାସ ଧରୀ ପାନୀୟ ଜଳ ବନ୍ଦ ରହୁଛି। ଯାହା ଫଳରେ କି ପୋଖରୀ ଜଳ ବ୍ୟବହାର କରିବା ପାଈଁ ବାଧ୍ୟ ହେଉଛନ୍ତି।ଏହି ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସୋମବାର ଦିନ ଶତାଧିକ ମହିଳା ଉକ୍ତ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।ଏପରି କି ସ୍ଥାନୀୟ ସରପଞ୍ଚ ଏହି ବିଷୟରେ ବିଭାଗିୟ ଅଧିକାରୀ ଙ୍କୁ ଏକାଧିକ ଥର ଅଭିଯୋଗ କରିଥିବା କହିଛନ୍ତି।ଆସନ୍ତା ଦୁଇଦିନ ମଧ୍ୟରେ ଆମକୁ ଜଳ ନ ମିଳିଲେ ହାଣ୍ଡି ମାଠିଆ ଧରି ଉକ୍ତ କାର୍ଯ୍ୟାଳୟକୁ ଘେରାଉ କରିବୁ ବୋଲି ମହିଳା ମାନେ କହି ଧାରଣାରୁ ପ୍ରତ୍ୟାହୃତ ହୋଇଥିଲେ।ଏହି ସଂପର୍କରେ କନିଷ୍ଠଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ କି ଦେଉଳିଆପଡାର ମଟର ଖରାପ ହୋଇଯାଇଛି ଆସନ୍ତା କଲି ଉକ୍ତ ମଟର ତିଆରି କରାଯାଇ ଜଳ ଯୋଗାଇ ଦିଆଯିବ। ପ୍ରକାଶ ଥାଉ କି ସରକାର ପାନୀୟ ଜଳ ଯୋଗାଣ କୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହି ବ୍ଲକର ଜଳ ଓ ପରିମଳ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁ ସାଧାରଣ ଜନତା ଏନେକ ଅସୁବିଧାର ସମୁଖୀନ ହେଉଛନ୍ତି ! ବ୍ଲକ କାର୍ଯ୍ୟାଳୟକୁ ଲାଗି ଦେଉଳିଆପଡା ଗ୍ରାମ ରହିଥିଲେ ମଧ୍ୟ ଉକ୍ତ ଗ୍ରାମବାସୀ ସଠିକ ଭାବେ ପାନୀୟ ଜଳ ପାଇ ପାରୁ ନାହାନ୍ତି। ଏଥିରୁ ଜଣାପଡୁଛି ଉକ୍ତ ବ୍ଳକରେ ଜଳ ଓ ପରିମଳ ବିଭାଗ କି ଭଳି ଭାବେ କାମ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ