ପାନୀୟ ଜଳ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ଗ୍ରାମବାସୀ

ମୟୂରଭଂଜ,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାର ଭାଲୁବସା ପଞ୍ଚାୟତର ୬ଖଣ୍ଡି ଗ୍ରାମବାସୀଙ୍କ ପାଇଁ ମେଗା ଜଳ ପ୍ରକଳ୍ପରେ ୩ଟି ଷ୍ଟାଣ୍ଡ ପଏଣ୍ଟ ବା ଜଳ ସଂଗ୍ରହ ପାଇଁ ଓଭର ହେଡ ଟ୍ୟାଙ୍କ ବ୍ୟବସ୍ଥା କରାଯାଇଛି । ଭାଲୁ ବସା ପଞ୍ଚାୟତର ଗୋପାଳବନ୍ଧ ଗାଁ ତଥା ପୌରାଞ୍ଚଳର ପୁରୂଣାଘାଟି ଖେଳପଡିଆ ସିମାନ୍ତ ଗୋପାଳବନ୍ଧ ପାଖରେ କାର୍ଯ୍ୟକାରୀଣି ସଂସ୍ଥା ଏବଂ ଏଣ୍ଡ ଟି ପକ୍ଷରୁ ଖୋଳାଖୋଳି କାର୍ଯ୍ୟକ୍ରମ ଆରମ୍ଭହୋଇଯାଇଥିଲା ।ପରେ କିଛି ଅସମାଜିକ ଲୋକ ଚକ୍ରାନ୍ତ କରି କାମଟିକୁ ବନ୍ଦ କରି ଦେଇଥିଲେ ।କାମ ବନ୍ଦ ଜାଣି ଭାଲୁ ବସା ପଞ୍ଚାୟତର ୬ଟି ଗ୍ରାମ ଗୋପାଳବନ୍ଧ,ମହିଷାନେଦା ,ଚିଲିକାପୋଷୀ,ରୋହିଣୀକୁଦର,ସିନ୍ଦୁରଗୌରୀ,ଦଳାଡିହି ଏବଂରାଖାସାହି ର ୫୦୦ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଶନିବାର ଦିନ ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ସୋଇଥିଲେ । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ବଡ଼ବାବୁଙ୍କୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ଲିଖିତ ଅଭିଯୋଗ ବଡବାବୁଙ୍କଠାରେ ପ୍ରଦାନ କରିଥିଲେ ।ପରେ ତହସିଲଦାରଙ୍କୁ ମଧ୍ୟ ସାକ୍ଷାତ କରି ନିଜର ଅଭିଯୋଗ ବର୍ଣ୍ଣନା କରିଥିଲେ । ସରକାରଙ୍କ ଜନକଲ୍ଯାଣ କାର୍ଯ୍ୟକୁ କୌଣସି ପ୍ରକାର ଅଟକ ରଖା ଯାଇ ପାରିବ ନାହିଁ ।ଯିଏ ବାଧା ସୃଷ୍ଟି କରିବ ଆଇନ ତାର କାମ ଦେଖାଇବ ।ତେଣୁ ଯେଉଁମାନେ ପ୍ରକଳ୍ପ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଗ୍ରାମବାସୀଙ୍କ ସମସ୍ୟାକୁ ବିଚାରକୁ ନେଇ ତଦନ୍ତ କରି ଖୁବ ଶିଘ୍ର ସମାଧାନ କରାଯାଇ ପ୍ରକଳ୍ପକୁ ଆଗେଇ ନେବାକୁ ପଡିବ ବୋଲି କହିଥିଲେ । ବର୍ତମାନ ପ୍ରକଳ୍ପ ଖୋଳା ଯାଇଥିବା ସ୍ଥାନରେ ବାଡଦେଇଦେବା ପାଇଁ ତହସିଲଦାର ଯୋଗରଂଜନ ନାୟକ ନିର୍ଦ୍ଦେଶ ଦେଇଥିଲେ ।ବାଡ଼ ନଦେଲେ ଖାଲରେ କେହି ପଡିଯାଇ ଦୁର୍ଘଟଣା ଶିକାର ହେବାର ଆଶଙ୍କା ଅଛି । କାର୍ଯ୍ୟକ୍ରମରେ ଭାଲୁବସା ସରପଞ୍ଚ ବିଜୟ ମାରାଣ୍ଡି ,ଗଣେଶ ମିଶ୍ର, ସେକସାଜିଦ ,ପଙ୍କଜ ସିଂ, ପ୍ରମୁଖ ନେତୃତ୍ବ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ