ପାନ୍ଗାରିଆଙ୍କ ଦୃଢ଼ୋକ୍ତି କଂଗ୍ରେସର ‘ନ୍ୟାୟ’ ଯୋଜନା ଅସମ୍ଭବ

ନୂଆଦିଲ୍ଲୀ(ଏଜେନ୍ସି): ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନ୍ଗାରିଆ ମଙ୍ଗଳବାର କଂଗ୍ରେସର ‘ନ୍ୟାୟ’ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସର ଏହି ନ୍ୟୁନତମ ଆୟ ଯୋଜନା “ନ୍ୟାୟ’ ଲାଗୁ କରିିବା ପ୍ରତିଶ୍ରୁତି ନିଶ୍ଚିତ ଭାବେ ଏକ ଅସମ୍ଭବ ପ୍ରକ୍ରିୟା ବୋଲି ପାନ୍ଗାରିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି, ଏହି ଯୋଜନାର ବଜେଟ୍ ଦେଶର ମୋଟ ବଜେଟ୍ର ପାଖାପାଖି ୧୩% । ୫ କୋଟି ପରିବାରକୁ ବର୍ଷକୁ ୭୨ହଜାର ଲେଖାଏଁ ଟଙ୍କା ଦିଆଗଲେ ସରକାରୀ ରାଜକୋଷରୁ ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । କେବଳ ସେତିକି ନୁହେଁ ଏହି ଅର୍ଥ ଆମ ଦେଶର ପ୍ରତିରକ୍ଷା ବଜେଟ୍ ଠାରୁ ମଧ୍ୟ ବହୁ ଅଧିକ । ଏ ଅର୍ଥ କେଉଁଠୁ ଆସିବ ତାହା କଂଗ୍ରେସ ପ୍ରଥମେ ସ୍ପଷ୍ଟ କରିବା ଉଚିତ୍ ବୋଲି ପାନ୍ଗାରିଆ କହିିଛନ୍ତି । ପାନ୍ଗାରିଆଙ୍କ କହିବାନୁସାରେ ଦେଶର ଆର୍ଥିକ ସ୍ଥିତି ସମ୍ପ୍ରତି ଜଟିଳ ରହିଥିବା ବେଳେ ବାର୍ଷିକ ବଜେଟ୍ରୁ ୧୩% ଅର୍ଥ ଖର୍ଚ୍ଚ କରିବା ସମ୍ପର୍କରେ କଂଗ୍ରେସର ଘୋଷଣା ସମ୍ଭବ ନୁହେଁ । ପ୍ରକାଶଯୋଗ୍ୟ ଯେ, ପାନ୍ଗାରିଆ ୨ଠ୧୫ରୁ ୨ଠ୧୭ ପର୍ଯ୍ୟନ୍ତ ନୀତି ଆୟୋଗର ଉପାଧ୍ୟକ୍ଷ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ