ପାନ ଦୋକାନର ପୁଅ ହେଲେ ଓଏଏସ
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍):ବାପା ପାନ ଦୋକାନୀ ହୋଇଥିଲେ ମଧ୍ୟ ପୁଅ ଓଏଏସ୍।ସମସ୍ତଙ୍କ ଜୀବନରେ ପିତା ମାତା ପୁଅଙ୍କ ସଫଳତାରେ ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି ।ସେ ବି ଦିନେ ଦେଖିଲେ । ଦୁଃଖ କଷ୍ଟରେ ପାଠ ପଢ଼ାଇବା ପାଇଁ ନିଜର ପେଟ କାଟି ପୁଅକୁ ପାଠ ପଢ଼ାଉଥିଲେ ।ଆଜି ତାର ଫଳ ସେ ପାଇଛନ୍ତି ।ପାନ ଦୋକାନର ପୁଅ ଆଜି ଓ ଓଏଏସ୍ ।ସେ ହେଉଛନ୍ତି ପୁରୁଷୋତ୍ତମପୁର ଏନଏସି ର ଚଙ୍ଗୁଡିଆ ପଦର ସାହିର ନାରାୟଣ ବେହେରା ।ପିତା ରାମ ବେହେରା ପାନ ଦୋକାନୀ ଥିଲା ବେଳେ ମାତା ସୁଷମା ବେହେରା ଜଣେ ଗ୍ରୁହଣୀ ।ପିଲା ବେଳୁ ମେଧାବୀ ଛାତ୍ର ଥିବା ବେଳେ ଅନର୍ଷ ରେ ପାସ କରିବା ପରେ ୨୦୧୭ମସିହାରେ କନ୍ଧମାଳ ଜିଲ୍ଲାର ଦୂମୁଡିବନ୍ଧ ସ୍ଥିତ ଜଳେଶ୍ଵର ପଟ ।ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଛନ୍ତି । ଓଏଏସ୍ ପରୀକ୍ଷାର ୫୧ ତମ ସ୍ଥାନରେ କୃତି କାର୍ଯ୍ୟ ହୋଇ ନେଇଥିବା ନେଇ ଜଣା ପଡ଼ିବା ପରେ ନିଜର ସାହି ବାସିନ୍ଦା ଓ ନିଜର ସାଙ୍ଗ ସାଥୀ ଶୁଭେଚ୍ଛୁ ବାଣ ଫୁଟାଇ ମିଠା ବାଣ୍ଟି ଥିଲେ ।ବର୍ତ୍ତମାନ ନାରାୟଣ ଆଦର୍ଶ ବିଦ୍ୟାଳୟରେ ଥିବା ବେଳେ ଜୀବନରେ ପ୍ରଶାସନିକ ଯୋଗ ଦେବା ପାଇଁ ତାଙ୍କର ଲକ୍ଷ ଥିଲା ।ସେଥିପାଇଁ ସେ ପରିଶ୍ରମ ମଧ୍ୟ କରୁଥିଲେ ।ଲୋକଙ୍କ ସେବା ସାଙ୍ଗକୁ ବିକାଶ ପ୍ରାଥମିକତା ଦେବେ ।ସଚେତନତା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ଆର୍ଥିକ ସଶକ୍ତିକରଣ ଦିଗରେ କାମ କରିବା ପାଇଁ ଲକ୍ଷ୍ୟ ରଖିଥିବା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।ତାଙ୍କର ଏହି ସଫଳତା ପାଇଁ ଅତିରକ୍ତ ତହସିଲଦାର ସୁନୀଲ କୁମାର ତୁଡ଼ୁଙ୍କ ସମେତ ବିଭିନ୍ନ ମହଲରେ ଅଭିନନ୍ଦନର ଶୁଅ ଛୁଟୁଛି ।