ପାନ ବୋଝେଇ ଗାଡ଼ି ଓଲଟି ଦୁଇ ମୃତ,୧୪ ଆହତ
ନିମାପଡ଼ା,(ସନ୍ତୋଷ ଦାଶ): ପହିଲି ରଜର ସକାଳେ ଏକ ଅଘଟଣ ଘଟିଛି।ଏକ ପିକଅପ ଡାଲାଗାଡ଼ିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଛତିଆନା, ପଦାସାହି, କେନ୍ଦ୍ରାପଟି, କଣ୍ଟାବାଉଁଶ ଗ୍ରାମର ୨୦ରୁ ଉର୍ଦ୍ଧ ପାନ ଚାଷୀ ପାନ ବିକ୍ରି କରିବାକୁ ନୟାହାଟ ପାନ ମାର୍କେଟକୁ ଯାଉଥିବାବେଳେ ଦ୍ରୁତଗତିରେ ଥିବା ପିକଅପ ଡାଲା ଗାଡ଼ି ଟି ଭାରସମ୍ୟ ହରାଇ କାକଟପୁର ଥାନା ନିକଟସ୍ଥ ଜଗନ୍ନାଥପୁର ଛକ ନିକଟରେ ଓଲଟି ପଡ଼ିଥିଲା।ଗାଡିର ପଛ ପାର୍ଶ୍ୱରେ କୋଡିଏରୁ ଉର୍ଦ୍ଧ ପାନ ଟୋକେଇ ରହିଥିଲାବେଳେ ୨୦ରୁ ଉର୍ଦ୍ଧ ପାନ ଚାଷୀ ବସିଥିଲେ। ଗାଡ଼ିଟି ହଠାତ ଓଲଟି ପଡିବାରୁ ଘଟଣା ସ୍ଥଳରେ ୨ ଜଣ ଙ୍କର ମୃତ୍ୟୁ ଘଟିବା ସହିତ ୧୦ରୁ ଉର୍ଦ୍ଧ ଚାଷୀ ଗୁରୁତର ଆହାତ ହୋଇଥିଲେ। ଘଟଣା ସ୍ଥଳରେ କାକଟପୁର ଥାନା ପୋଲିସ ପହଂଚି ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ନିକଟସ୍ଥ ଚାରିଛକ ମେଡିକାଲ ପଠାଇଥିଲେ। ମୃତକ ଦ୍ବୟ ହେଉଛନ୍ତି ଶରତ ସାହୁ ୫୮ ବର୍ଷ ଓ ଯୋଗେନ୍ଦ୍ର ସ୍ବାଇଁ ୫୮ ବର୍ଷ ।ସେମାନଙ୍କୁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି ।ଗୁରୁତର ଆହତ ମାନେ ହେଲେ ନାଥ କାଣ୍ଡୀ ,ଅକ୍ଷୟ ବିଶ୍ଵାଳ,ଆଦିତ୍ୟସ୍ବାଇଁ ,ଅଶୋକ ପ୍ରଧାନ,ପ୍ରକାଶ ମଲ୍ଲ,ସିଦ୍ଧେଶ୍ୱର ସ୍ବାଇଁ,ଦୁଃଶାସନ ବିଶ୍ଵାଳ, ପୂର୍ଣ୍ଣ ଭୋଇ ,ସିଦ୍ଧେଶ୍ୱର ବିଶ୍ଵାଳ ଓ ସୁକାନ୍ତ ବିଶ୍ଵାଳ ।ସାମାନ୍ୟ ଆହତ ହୋଇ ଘରକୁ ଫେରିଥିବା ବ୍ୟକ୍ତି ହେଉଛନ୍ତି ଲକ୍ଷ୍ମଣ ବିଶ୍ଵାଳ ,କୈଳାଶ ସ୍ବାଇଁ, ପବିତ୍ର ସ୍ବାଇଁ,ଶରତ ବେହେରା ।କାକଟପୁର ଥାନା ପୋଲିସ ଗାଡ଼ି କୁ ଜବତ କରି ତଦନ୍ତ ଚାଲୁ ରଖିଛନ୍ତି ।


