ପାପୁଲି ନଥାଇ ହସ୍ତାକ୍ଷର ପ୍ରତିଯୋଗିତାରେ ବିଜୟୀ
ଆମେରିକାର ମେରିଲ୍ୟାଣ୍ଡରେ ରହୁଥିବା ୧୦ବର୍ଷର ସାରା ହେନ୍ସଲିଙ୍କ ଦୁଇ ହାତରେ ପାପୁଲି ନାହିଁ । ତାଙ୍କର ଜନ୍ମ ବିନା ପାପୁଲିରେ ହିଁ ହୋଇଥିଲା । ତେବେ ନିକଟରେ ଆମେରିକାରେ ହୋଇଥିବା ଜାତୀୟସ୍ତରରେ ହସ୍ତାକ୍ଷର ପ୍ରତିଯୋଗିତାରେ ସାରା ବିଜୟୀ ହୋଇଛନ୍ତି । ଏଥିପାଇଁ ତାଙ୍କୁ ଏକ ଟ୍ରଫି ଓ ୩୫ ହଜାର ଟଙ୍କା ପୁରସ୍କାର ମିଳିଛି ।ଏଥିସହିତ ଜୁନ୍ ୧୩ ତାରିଖରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ତାଙ୍କୁ ଶାଳୀନ ଲେଖା ପାଇଁ ନିକୋଲାସ ମେକିସମ ପୁରସ୍କାର ୨୦୧୯ରେ ପୁରସ୍କୃତ କରାଯିବ । ସାରାଙ୍କ କହିବାନୁସାରେ, ତାଙ୍କର ସାଧାରଣ ପିଲାଙ୍କ ଭଳି ହାତରେ ପାପୁଲି ନଥିବା ନେଇ ସେ କେବେ ଦୁଃଖ କରି ନାହାନ୍ତି । ଦୁଇ ହାତର ପେନ୍ସିଲ ଧରି ସେ ଲେଖିଥାଆନ୍ତି । ଚଳିତ ବର୍ଷ ସେ କରସିଭ୍ ରାଇଟିଂ ଶିଖିଛନ୍ତି । ସେ ଉଭୟ ଇଂରାଜୀ ଓ ମାନ୍ଦ୍ରାରିନ୍ ଲେଖିପାରନ୍ତି । ସାରାଙ୍କ ଶିକ୍ଷକଙ୍କ କହିବାନୁସାରେ, ୧୦ବର୍ଷୀୟ ସାରା ଆମ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠପଢ଼େ । ସ୍କୁଲର ପ୍ରଥମ ଛାତ୍ରୀ ଯିଏକି ନିକୋଲସ ମେକିସମ୍ ପୁରସ୍କାରେ ପୁରସ୍କୃତ ହେବ ।