ପାବନ ଶ୍ରୀକ୍ଷେତ୍ରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସ ସହକାରେ ପ୍ରବଳ ଜନସମାଗମ ମଧ୍ୟରେ ସଂପନ୍ନ ହୋଇଛି । ବୁଧବାର ଜନ୍ମାଷ୍ଟମୀ ଅବସରରେ ଶ୍ରୀଜୀଉ ମାନେ ଅପୂର୍ବ ବେଶ ପରିପାଟିରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଶ୍ରୀଦିଅଁ ମାନଙ୍କ ସପ୍ତକାଠି ଆଳତି ଓ ୧୦୮ ଆଳତି ଅନୁଷ୍ଠିତ ହୋଇଥିଲା । ପ୍ୱାର୍ଶଦେବତା ଆଳତି ପରେ ମନ୍ଦିର ଜଗମୋହନରେ ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଦର୍ପ ପାଠ କରାଯାଇଥିଲା ଏବଂ ଦ୍ୱାରକିଳା ଗର୍ଭଗୃହ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବୈଦ୍ଖଳ ରୀତିରେ ସଂପନ୍ନ କରିଥିଲେ । ଭାଗବତ ପଂକ୍ତି’ ଶ୍ରୀକୃଷ୍ଣ ଉଦରୁ ବାହାର’ ଉଚ୍ଚାରଣ ହେବା କ୍ଷଣି ଗର୍ଭଗୃହ ଦ୍ୱାର ଉନ୍ମୁକ୍ତ ହୋଇଥିଲା ଏବଂ ଭକ୍ତ ମାନେ ବାସୁକିଫେଣା ଳଆବୃତ ଓ ବେଷ୍ଟନ କରିଥିବା ଟୋକେଇ ମଧ୍ୟରେ ବିରାଜମାନମହାପ୍ରଭୁ ବାଳମୁକୁନ୍ଦଙ୍କ ଦର୍ଶନ ପାଇ ଭାବବିହ୍ୱଳରେ ହରିବୋଲ, ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଉପବାସ କରୁଥିବା ଭକ୍ତମାନଙ୍କ ଭୋଗରାଗ , ନୈବେଦ୍ୟକ୍ରାଯାଇଥିଲା । ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କୁ ସୁସ୍ୱାଦ ରାବିଡି, କ୍ଷୀରସର, ଉଖୁଡା ଆଦି ଭୋଗ ସମର୍ପଣ କରାଯାଇଥିଲା । ଅରାତ୍ରିକ କର୍ପୁର ଆଳତି ଦର୍ଶନ ପରେ ଉତ୍ସବର ପରିସମାପ୍ତି ଘଟିଥିଲା । ଏହି ଅବସରରେ ମନ୍ଦିର ଭଜନଭାରତୀ ସଦସ୍ୟା ମାନେ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବହୁ ରାଧାକୃଷ୍ଣ ମନ୍ଦିର ଓ ମଠ ଗୁଡିକରେ ମହାଆଡମ୍ବର ସହକାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ଜନ୍ମାଷ୍ଟମୀ ପାଳନ ଅବସରରେ ସ୍ଥାନୀୟ ପୌରାଞ୍ଚଳ ଓଁ ଶ୍ରୀ ଇଣ୍ଟର ନ୍ୟାସାନାଲ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ଶିଶୁ ମନ୍ଦିରର ଶିକ୍ଷାର୍ଥୀ ମାନେ ରାଧା, କୃଷ୍ଣ, ନନ୍ଦ, ଯଶୋଦା ବେଶରେ ସୁସଜ୍ଜିତ ହୋଇଥିଲେ । ମନ୍ଦିର ପରିସରରେ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ପୂଜାର୍ଚ୍ଚନା କରିବା ପରେ ବିଦ୍ୟାଳୟ ପରିସରରେ ବେଶଧାରୀ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ