ପାବନ ଶ୍ରୀକ୍ଷେତ୍ରରେ ପ୍ରତୀକାତ୍ମକ ରଥଯାତ୍ରା

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ରରେ ମଙ୍ଗଳବାର ପ୍ରତୀକାତ୍ମକ ଭାବେ ଚତୁର୍ଦ୍ଧାମୂର୍ତି ଶ୍ରୀ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପବିତ୍ର ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଙ୍‌ଭଗଳବାର ଭୋ ସାଢେ ୪ଟାରୁ ଠାକୁର ମାନଙ୍କ ମଙ୍ଗଳ ଆରତି, ମଇଲମ, ଅବକାଶ, ସୂର୍ଯ୍ୟପୂଜା, ବଲ୍ଲଭଭୋଗ ଆଦୀ ନିତ୍ୟାନି ନୀତି ଅନୁଷ୍ଠିତ ହୋଇଥିଲା । ମନ୍ଦିରର ଜଗମୋହାନରେ ପଂଚମୁରୁଜରେ ଏକ ବିରାଟ ରଥ ଚିତ୍ରାଙ୍କନ କରାଯାଇଥିଲା ।
ପଣ୍ଡିତ ପଦ୍ମନାଥ ରଥଶର୍ମା ମୁରୁଜ ରଥକୁ ପଂଚାମୃତ ଶୋଧନ ପୂର୍ବକ ପ୍ରତୀକାତ୍ମକ ପ୍ରତିଷ୍ଠା କରିଥିଲେ । ମନ୍ଦିରର ଉଚ୍ଛର ଦ୍ୱାର ଦେଇ ଶ୍ରୀଜୀଉ ମାନଙ୍କୁ ଅପରାହ୍ନ ପ୍ରାୟ ୧ଘଂଟା ୧୫ ମିନଟରେ ପରିସର ମଧ୍ୟରେ ପହଣ୍ଡି କରାଯାଇ ଗୋଟି ପହଣ୍ଡିରେ ଜଗମୋହନ ମୁରୁଜ ରଥରେ ବିଜେ କରାଯାଇଥିଲା । ମନ୍ଦିରର ସେବାଧିପତି ଲିଙ୍ଗରାଜ ସାହୁ ମଙ୍ଗଳାର୍ପଣରେ କର୍ତା ରୂପେ ଉପବେଶନ କରିଥିଲେ । ପ୍ରତୀକାତ୍ମକ ପଂଚମୁରୁଜ ରଥକୁ ଛେରାପହଁରା ନିମନ୍ତେ ମନ୍ତ୍ର ସ୍ପର୍ଶ କରିଥିଲେ । ଏଠାରେ ଠାକୁର ମାନଙ୍କ ଦକ୍ଷିଣ ଆଳତି ଓ ଭୋଗରାଗ କରାଯାଇଥିଲା । ମୁରୁଜ ରଥରୁ ଶ୍ରୀଜୀଉ ମାନଙ୍କୁ ପୁନଃ ସନ୍ଧ୍ୟାରେ ପହଣ୍ଡି କରାଯାଇ ମନ୍ଦିର ଭୋଗ ମଣ୍ଡପରେ ଅସ୍ଥାୟୀ ଆଡ଼ପ ମଣ୍ଡପରେ ବିଜେ କରାଯାଇଛି । ଏହି ଠାରେ ଶ୍ରୀଜୀଉ ମାନେ ବାହାଡ଼ୁଯାତ୍ରା ଦଶମୀ ପର୍ଯ୍ୟନ୍ତ ଅବସ୍ଥାନ କରି ଜଗନ୍ନାଥ ସଂସ୍କୃତି ଅନୁସାରେ ପ୍ରପୁଜିତ ହେବେ । ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ଚଳିତ ବର୍ଷ ପୁରୀ ବ୍ୟତିତ ଦେଶର ସମସ୍ତ ସ୍ଥାନରେ ରଥଯାତ୍ରା ସମ୍ପୁର୍ଣ୍ଣ ବନ୍ଦ କରାଯିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଛି । ସ୍ଥାନୀୟ ପାବନ ଶ୍ରୀକ୍ଷେତ୍ରରେ ମଧ୍ୟ ସରକାରଙ୍କ ଆଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରାର ସମସ୍ତ ବିଧାନ ମନ୍ଦିର ପରିସରରେ ହିଁ ସୁଚାରୁରୂପେ ଅନୁଷ୍ଠିତ କରାଯାଉଛି । ପ୍ରତୀକାତ୍ମକ ରଥଯାତ୍ରା ବିନା ଭକ୍ତରେ କେବଳ ସେବାୟତ, ପୂଜକ, ପୁରୋହିତ ଓ ମନ୍ଦିର ପ୍ରଶାସନ ସେବା ସଦସ୍ୟ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ତତ୍ୱାବଧାନରେ ମୁଖ୍ୟ ପୁଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟ ସହାୟକ ପୁଜା ପଣ୍‌ନା ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ଶିଶିର ପଣ୍ଡା, ଦଇଚ୍ଛାପତି ମୁଖିଆ ମନମୋହନ ଦାଶ, ଯୁଗଳ ପଣ୍ଡା, ମନୋଜ ପାଢିଙ୍କ ସମେତ ମନ୍ଦିର ପ୍ରଶାସନ ସେବା ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ