ପାବନ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ତିନିବେଶ ମନମୋହିଲା

(ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରିକ୍ଷେତ୍ର ଶ୍ରୀମନ୍ଦିରରେ ଭାଦ୍ରବ କୃଷ୍ଣ ଏକାଦଶୀ ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ବଡ଼ଭାଇ ବଳଭଦ୍ର ଓ ଶ୍ରଜଗନ୍ନାଥଙ୍କ ତିନି ପ୍ରକାର ବେଶ ଭକ୍ତ ମାନଙ୍କ ମନମୋହିଛି । ପ୍ରଥମ ଦିବସରେ ଶ୍ରୀଜଗନ୍ନାଥ କାଳୀୟଦଳନ ବେଶରେ ସଜ୍ଜିତ ହୋଇଥିବା ବେଳେ ୨ୟ ଦିବସରେ ବଡ଼ଭାଇ ବଳଭଦ୍ର ବର୍ଷରେ ଥରେ ମାତ୍ର ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେଇଥିଲେ । ବୁଧବାର ତଥା ତୃତୀୟ ଦିବସରେ ଦୁଇ ଭାଇଙ୍କକୃଷ୍ଣ ବଳରାମ ବେଶ ହୋଇଛି । ବଡ଼ଭାଇ ବଳଭଦଙ୍କ ବେଶର ବିଶେଷତ୍ୱ ହେଲା କଂସ ପ୍ରରୋଚନାରେ କୃଷ୍ଣଙ୍କୁ ବଧ କରିବା ପାଇଁ ଆସିଥିବା ପ୍ରଳମ୍ବ ନାମକ ଅସୁରକୁ ଗୋପାଳ ବେଶରେ ଦେଖି ଖେଳ ଖେଳିବା ଅବସରରେ ବିଧା ମାରି ବଧ କରିଥିଲେ । ଏହି ତିନି ଦିନ ମହାପ୍ରଭୁଙ୍କ ଭାଦ୍ରବ ବେଶ ଦେଖିବା ପାଇଁ ମନ୍ଦିର ପରିସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ