ପାରଦ ଖସୁଛି,ପ୍ରବଳ ଶୀତରେ ଥରୁଛି କରଞ୍ଜିଆ ଅଞ୍ଚଳ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):କିଛିଦିନ ହେଲା ସମଗ୍ର ରାଜ୍ୟରେ ଶୀତ ର ଲହରୀ ଜାରିରହିଛି। ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଜାରୀ ସୂଚନା ମୁତାବକ ରାଜ୍ୟର ୧୨ ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ତଳେ ରହୁଛି । ମୟୂରଭଞ୍ଜ ଜିଲ୍ଲା ରେ ମଧ୍ୟ ତାପମାତ୍ରା ୧୧ ଡିଗ୍ରୀ ତଳେ ରହୁଛି ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡ ର କରଞ୍ଜିଆ ଅଞ୍ଚଳ ରେ ମଧ୍ୟ୍ୟ ତାପମାତ୍ରା ୮ ରୁ ୧୧ ଡିଗ୍ରୀ ମଧ୍ୟରେ ରହୁଛି ।କରଞ୍ଜିଆ ସହର ଟି ଶିମିଳିପାଳ ଯାତୀୟ ଉଦ୍ୟାନ ପାଦଦେଶ ଅନ୍ତର୍ଗତ । ବିଗତ କିଛି ଦିନହେବ କରଞ୍ଜିଆ ଓ ଆଖପାଖ ଅଞ୍ଚଳ ରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଶୀତ ବନବିଭାଗ ଙ୍କ ସୂଚନା ଅନୁଯାୟୀ ଶିମିଳିପାଳ ଆଭ୍ୟାନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ୭ ଡିଗ୍ରୀ ସେଲସିୟସ ରେ ପହଞ୍ଚିଛି। ତେବେ ଏହାର ପ୍ରଭାବରେ ଏ ଅଞ୍ଚଳ ରେ ଶୀତ ର ଲହରୀ ବଢ଼ିବାରେ ଲାଗିଛି ।ଦିନ ତମାମ ଶୀତୁଆ ପବନ ପ୍ରବାହିତ ହେଉଛି । ସହରାଞ୍ଚଳ ଲୋକେ ଶୀତରୁ ରକ୍ଷା ପାଇବାପାଇଁ ଶୀତବସ୍ତ୍ର ର ସାହାରା ନେଉଥିବା ବେଳେ ଗ୍ରାମାଞ୍ଚଳ ଓ ବନାଞ୍ଚଳ ଲୋକେ ନିଆଁ ଉପରେ ନିର୍ଭର କରୁଛନ୍ତି । ଉପଖଣ୍ଡ ର ଯଶିପୁର, ରରୁଆଁ, ଶୁକୃଳି, ଠାକୁରମୁଣ୍ଡା ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ରହୁଛି । ଶିମିଳିପାଳ ଆଭ୍ୟାନ୍ତରୀଣ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ରହୁଥିବା ବେଳେ ପ୍ରତ୍ୟେକ ବର୍ଷ ତୁଷାରପାତ ମଧ୍ୟ ହୋଇଥାଏ ।ସକାଳ ସମୟରେ ଗଛ, ଲତା ଗୁଡିକ ଉପରେ ବରଫ ଆସ୍ତରଣ ଜାମୁଥିବା ଦେଖିବାକୁ ମିଳୁଛି ।ସକାଳ ୯ ପର୍ଯ୍ୟନ୍ତ ଲୋକେ ଘରୁ ପଦାକୁ ଗୋଡ଼ କାଢୁ ନାହାନ୍ତି ।ସକାଳ ୯ ନହେବା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚିବା କଷ୍ଟକର ହୋଇପଡୁଛି ।ସକାଳୁ କୁହୁଡି ରେ ଆକାଶ ଢାଙ୍କି ହୋଇ ରହୁଛି । ପ୍ରବଳ ଶୀତ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ।ସକାଳ ୯ ପର୍ଯ୍ୟନ୍ତ ଲୋକେ ନିଆଁ ପାଖରେ ବସି ରହୁଛନ୍ତି । ସନ୍ଧ୍ୟା ୭ଟା ସୁଦ୍ଧା ବଜାରଘାଟ ଜନଶୂନ୍ୟ ହୋଇଯାଉଛି । ଏହି ଶୀତ ଗତଦୁଇଦିନ ଠାରୁ ଆରମ୍ଭ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଓ ରାଜ୍ୟରେ ରେ ଶୀତ ର ଲହରୀ ଜାରି ରହିବ ବୋଲି ପାଣିପାଗ ସୂଚନା ଦେଇଥିବା ବେଳେ ଶୀତ ରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୂଇଁବାକୁ ପସନ୍ଦ କରୁଛନ୍ତି ।ଏହାସହ ଶୀତ ବସ୍ତ୍ର ନଥିବାରୁ କିଛି ଅସହାୟ, ଦୁଖୀ ଗରିବ, ଖଟିଖିଆ ଲୋକମାନଙ୍କର ଜୀବନ କଷ୍ଟକର ହୋଇପଡିଥିବା ପରିଲକ୍ଷିତ ହୋଇଛି ।ଏପଟେ ସକାଳ ୯ଟା ପର୍ଯ୍ୟନ୍ତ ପରିବେଶ କୁହୁଡ଼ିମୟ ରହୁଥିବା କାରଣ ରୁ ସମସ୍ତ କାର୍ଯ୍ୟ ଆରମ୍ଭ ରେ ବିଳମ୍ବ ହୋଇପଡୁଛି ।ତେବେ ରାସ୍ତା କୋଡ଼ରେ ବସିଥିବା ଶୀତବସ୍ତ୍ର ବିକାଳୀମାନଙ୍କୁ ଏହା ଖୁବ ସୁହାଇଛି।ବ୍ୟବସାୟ ବଢିଥିବା ଜଣାପଡିଛି। କାରଣ ମାସେ ଧରି ବ୍ୟବସାୟୀ ମାନେ ହାତ ବାନ୍ଧି ବସିଥିଲେ, ହେଲେ ଏଇ କିଛିଦିନ ହେଲା ବେପାର ଭଲ ହେଉଛି ।ଅନ୍ୟପଟେ ଶୀତ ବସ୍ତ୍ର କିଣୁଥିବା ଲୋକମାନେ କହନ୍ତି ବଜାର ଦୋକାନ ଅପେକ୍ଷା ରାସ୍ତା କଡ଼ ଦୋକାନ ରେ ଭଲ ଏବଂ ଶସ୍ତା ମୂଲ୍ୟ ରେ ଜିନିଷ ମିଳୁଥିବାରୁ ଏହି ରାସ୍ତା କଡ଼ ଦୋକାନ ରେ ଭିଡଜମୁଛି । ଅସହାୟ, ବୃଦ୍ଧ, ବୃଦ୍ଧା,ଗରିବ ଶ୍ରେଣୀ ଲୋକ ଙ୍କୁ ପ୍ରଶାସନ ଓ ସାମାଜିକ ସଂଗଠନ,ବଦାନ୍ୟ ବ୍ୟକ୍ତି ସହାୟତା ଦେଇ ଶୀତବସ୍ତ୍ର ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।