ପାରମ୍ପରିକ ପୋଷାକରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ
ନୂଆଦିଲ୍ଲୀ : (ଯୁଗାବ୍ଦ ନ୍ୟୁଜ) : ଅମର୍ତ୍ୟସେନଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଅର୍ଥନୀତିରେ ମଙ୍ଗଳବାର ନୋବେଲ ପୁରସ୍କ।।ର ଗ୍ରହଣ କରିଥିବା ଅଭିଜୀତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସଥର ଡ୍ୟୁଫ୍ଲୋ । ଭାରତୀୟ କଳା ଓ ସଂସ୍କୃତକୁ ଭଲ ପାଉଥିବା ଏହି ଦମ୍ପତି ପୁରସ୍କାର ଗ୍ରହଣ କରୁଥିବା ସମୟରେ ପାରମ୍ପରିକ ପୋଷାରେ ନଜର ଆସିଥିଲେ । ଅଭିଜିତ ଧୋତୀ ଓ କୁର୍ତ୍ତା ପିନ୍ଧିଥିବାବେଳେ ତାଙ୍କ ପତ୍ନୀ ଡୁଫୋଲ ଶାଢୀ ପିନ୍ଧିଥିଲେ । ଏହି ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିବାବେଳେ ଏହାକୁ ପସନ୍ଦ କରିଛନ୍ତି ଲୋକମାନେ ।