ପାରମ୍ପରିକ ପୋଷାକରେ ସରକାରୀ ଅଧିକାରୀ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ରାଜ୍ୟର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ତେଣୁ ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ମୋ’ ପୋଷାକ, ମୋ’ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଡେପୁଟି କଲେକ୍ଟର ସୁମନ୍ ଘୋଷ,ସହକାରୀ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି ଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଥିଲେ। ଆଜିର ଦିବସର ମୂଳ ଲକ୍ଷ୍ୟ ହେଲା ମୋ’ ପୋଷାକରୁ ହିଁ ମୋ ପରିଚୟ ସୃଷ୍ଟି କରିବା। ଆମ ବସ୍ତ୍ର ହେଉଛି ଆମ ସ୍ବାଭିମାନ ଓ ପରିଚୟ। ସମସ୍ତେ ଆମେ ହସ୍ତତନ୍ତ ପିନ୍ଧିବା। ଏହାଦ୍ବାରା ଆମ ଅଞ୍ଚଳର ବୁଣାକାରମାନେ ଲାଭବାନ ହେବେ। ଏଥିସହ ସମ୍ପୃକ୍ତ ଅଞ୍ଚଳର ଅର୍ଥନୀତି ମଧ୍ୟ ବିକାଶ ହୋଇପାରିବ। ତେଣୁ ହସ୍ତତନ୍ତ କପଡ଼ା ବ୍ୟବହାର କରିବା ମୁଖ୍ୟ ଲକ୍ଷ୍ୟ ରହିଛି। ସେହିପରି ଉପଖଣ୍ଡ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ମଧ୍ୟ କର୍ମଚାରୀ ମାନେ ପାରମ୍ପାରିକ ହସ୍ତତନ୍ତ ରେ ନିର୍ମିତ ପୋଷାକ ପିନ୍ଧି କାର୍ଯ୍ୟାଳୟ ଆସିଥିଲେ।