ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଜୀବନ ଜ୍ୟୋତି କଳା ପରିଷଦ ର ସଭାପତି ରଜନୀ କାନ୍ତ ଦିଗାଳ ଙ୍କ ଅଧ୍ୟକ୍ଷତାରେ ଏବଂ ବାଲିଗୁଡା ଉପଖଣ୍ଡ କଳାକାର ସଂଘ ର ନିମନ୍ତ୍ରିତ ଅତିଥି ଙ୍କ ଗହଣ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପାରମ୍ପରିକ କଳା ର ପୁନରୁଦ୍ଧାର ,ତାର ବିକାଶ ଏବଂ କିପରି ତାହା ଲୋକାଭିମୁଖୀ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ରେ ଜୀବନ ଜ୍ୟୋତି କଳା ପରିଷଦ ର ସଭାପତି ଙ୍କ ସହ , ଉପସଭାପତି ହେବଳ ଦିଗାଳ , ସମ୍ପାଦକ ପରମାନନ୍ଦ ନାୟକ, ଉପଦେଷ୍ଟା ଡୀକ୍ ସନ ନାୟକ, ସୁରେନ୍ଦ୍ର ମଲ୍ଲିକ ଏବଂ କନ୍ଧମାଳ ଜିଲ୍ଲାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବାଲିଗୁଡା ଉପଖଣ୍ଡ କଳାକାର ସଂଘର ସଭାପତି ପ୍ରଦୀପ କୁମାର ମଲ୍ଲିକ, ଉପସଭାପତି ଶୁକଦେବ ନାୟକ, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ସହ ସମ୍ପାଦକ ତଥା ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟ ର ଅଧକ୍ଷ ଦେବରାଜ କୈବର୍ତ୍ତ, ଉପଦେଷ୍ଟା ସୁନିଲ କୁମାର ନାୟକ, ନୃତ୍ୟ ଗୁରୁ ପୀତବାସ ନାୟକ ଏବଂ କଳାକାର ସଦସ୍ୟ ସୁରଜ ମୁଖୀ,ତୁଷାର ମୁଖୀ ଓ ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜୀବନ ଜ୍ୟୋତି କଳା ପରିଷଦ ର ସମ୍ପାଦକ ନିଜ ବିବୃତି ରେ କହିଥିଲେ ଯେ , ସଂଗଠନ ଦ୍ଵାରା ପ୍ରତି ଗାଁ ଗାଁ ରେ ଲୁଚି ରହିଥିବା କଳା ପ୍ରତିଭା ର ଉଦ୍ଧାର ଏବଂ ବିଲୁପ୍ତ ପ୍ରାୟ କଳା ସଂସ୍କୃତି କୁ ପୁନର୍ଜୀବିତ କରିବା ପାଇଁ ତାଙ୍କ ସଂଗଠନ ର ପ୍ରୟାସ ଜାରି ରହିଛି, ତତ୍ ସହିତ ଉପଖଣ୍ଡ କଳାକାର ସଂଘ ର ସମ୍ପାଦକ କହିଥିଲେ ଯେ , କନ୍ଧମାଳ ର କଳା ସଂସ୍କୃତି ଓ ପରମ୍ପରା କୁ ବିଶ୍ଵ ଦରବାର ରେ ପରିଚିତ କରାଇବା ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଶେଷରେ ମଞ୍ଚାସିନ ସମସ୍ତ ଅତିଥି ଓ ଉପସ୍ଥିତ କଳାକାର ମାନଙ୍କର ଉନ୍ନତି କାମନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ