ପାରରଳାରେ ମଲ୍ଲୀ ଝୁଲଣ ଯାତ୍ରା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ଠାରେ ଥିବା ସାନରାଧାକାନ୍ତ ମଠ ତଥା ନୃସିଂହ ନାଥ ମଠରେ ଗତ ଚୈତ୍ର ମାସର ଶୁକ୍ଲ ପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ମଲ୍ଲୀ ଝୁଲଣ ଅନୁଷ୍ଠିତ ହୋଇଥାଏ । ବସନ୍ତ ଋତୁର ଆଗମନରେ ପୃଥ୍ୱୀ ପୃଷ୍ଟରେ ବିଭିନ୍ନ ପ୍ରକାର ପୁଷ୍ପରେ ଶୋଭାୟମାନ ହୋଇ ଥାଏ । ଏହି ପୁଷ୍ପମାନଙ୍କ ସୁଗନ୍ଧକୁ ଉପଭୋଗ କରିବା ନିମନ୍ତେ ରାଧାଗୋବିନ୍ଦ ବିହରଣ କରିଥାନ୍ତି । ସଖୀ ମଂଜରୀମାନେ ଯୁଗଳଙ୍କ ନିମନ୍ତେ ବିଭିନ୍ନ ସୁଗନ୍ଧି ପୁଷ୍ପରେ ସୁଶୋଭିତ ଝୁଲଣ (ଦୋଳି) ନିର୍ମାଣ କରି ତା ମଧ୍ୟରେ ରାଧାଗୋବିନ୍ଦଙ୍କୁ ବିରାଜମାନ କରାଇ ସେବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ଯୁଗ ମୂର୍ତ୍ତୀକୁ ସଖୀ ମଜରୀ ମାନେ ଆଲଟ ଚାମର ତଥା ବିଭିନ୍ନ ପ୍ରାକର ନୃତ୍ୟ, ବାଦ୍ୟଯନ୍ତ୍ର, ସଂଗୀତ ମାଧ୍ୟମରେ ମନୋରଂଜନ କରିଥାନ୍ତି । ଏହି ସମୟରେ ମଲ୍ଲୀ ପୁଷ୍ପରେ ରାଧାଗୋବିନ୍ଦହ୍‌କୁ ଶୃଙ୍ଗାର କରାଯାଇଥାଏ । ଏହି ସମସ୍ତ ତଥ୍ୟ ଗରୁଡପୁରାଣ ଓ ପଦ୍ମପୁରାଣ ଭଳି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି । ପଦ୍ମପୁରାଣ ଅନୁଯାୟୀ କାର୍ତ୍ତିକ ରଥ, ଚୈତ୍ର ଦୋଳ ତଥା ମଦନ କରୋପଣ ଏବଂ ଶ୍ରାବଣରେ ସନ୍ଥ ପର୍ବରେ ଯେଉଁ ବ୍ୟକ୍ତିମାନେ ଦର୍ଶନ କରନ୍ତି, ସେମାନଙ୍କର ଜନ୍ମ ଜନ୍ମାନ୍ତରର ପାପ ନଷ୍ଟ ହୋଇଯାଇଥାଏ । ପଦ୍ମ ପୁରାଣ ବ୍ୟତୀତ ଗରୁଡ ପୁରାଣରେ ମଧ୍ୟ ଏହା ବର୍ଣ୍ଣ ହୋଇଅଛି ଯେ, କଳିକାଳେ ଚୌତ୍ର ଶୁକ୍ଲ ପକ୍ଷେ ଝୁଲଣ ମଣ୍ଡପ ଉପରେ ଉଭୟ ର।।ଧା ଗୋବିନ୍ଦଙ୍କୁ ଯେଉଁମାନେ ପୂଜା କରନ୍ତି କିମବା ଦର୍ଶନ କରନ୍ତି ସେମାନଙ୍କର ଜନ୍ମ ଜନ୍ମାନ୍ତରର ପାପ କ୍ଷୟ ହୋଇ ବୈକୁଣ୍ଢ ପ୍ରାପ୍ତି ହୋଇଥାଏ । ଏହାକୁ ଆଧାର କରି ଗୋସ୍ୱାମୀମାନେ ଉକ୍ତ ମାସରେ ଝୁଲଣ ଯାତ୍ରା ଅନୁଷ୍ଠିତ କରିଥାନ୍ତି । ଯାହାକି ପାରଳାଖେମୁଣ୍ଡି କରଣସାହିସ୍ଥିତ ନୃସିହଂନାଥ ମଠରେ ମଲ୍ଲୀ ଝୁଲଣ ନାମରେ ଦୀର୍ଘ ୧୦୦ବର୍ଷୁ ଉର୍ଦ୍ଧ ସମୟ ଧରି ଅନୁଷ୍ଠିତ ହୋଇ ଆସୁଅଛି । ଉକ୍ତ ଝୁଲଣ ଯାତ୍ରା ଶ୍ରମହନ୍ତ ମଦନ ଗପାଳ ଦାସଜୀ ମହାରାଜା, ଶ୍ରୀ ମଧୁସୁଦନନଦାସ ମହାରାରାଜା ଏବଂ ଶିଷ୍ୟ ଓ ଭକ୍ତ ବୃନ୍ଦହ୍‌କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଆସୁଅଛି । ସଂକୀର୍ତ୍ତନ ମଣ୍ଡଳୀର ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ, ଲଳିତ ମୋହନ ଦାଶଙ୍କ ଦ୍ୱାରା ଦାଶକାଠିଆ ନାଟକ ଆଦି କାର୍ଯ୍ୟକ୍ରମ ପରିବେଶିତ ହୋଇ ଆସୁଛି । ଏହି ଯାତ୍ରାରେ ମିଷ୍ଠାନ ବଣ୍ଟନ, ଅନ୍ନ ପ୍ରସାଦ ଆଦି କାର୍ଯ୍ୟକ୍ରମ ହୋଇ ଆସୁଛି । ଏହି ଝୁଲଣ ଯାତ୍ରା ଦେଖିବା ପାଇଁ ପାରଳାସହରରେ ବହୁ ଭକ୍ତ ବୃନ୍ଦଙ୍କ ସମାବେଶ ହୋଇଥାଏ । ଏହି ଝୁଲଣ ଯାତ୍ରା ସମଗ୍ର ସହରର ଏକମାତ୍ର କରଣସାହି ସ୍ଥିତ ନୃସିଂହ ନାଥ ମନ୍ଦିରରେ ୬ଦିନ ଧରି ଅନୁଷ୍ଠିତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ