ପାରଳାଖେମୁଣ୍ଡିରେ ଟିପିଏସଓଡିଏଲରସ୍ମାର୍ଟ ମିଟର ଜବରଦସ୍ତ ଲଗାଉଥିବା ବିରୁଦ୍ଧରେ କଂଗ୍ରେସର ପ୍ରତିବାଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳଙ୍କୁ ପାରଳାଖେମୁଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଲିଖିତ ଜଣାଇବା ଲିଖିତ ଭାବେ ଜଣାଥିଇବା କାରଣ ଏହିକି ଯେ, ଗତ କିଛି ଦିନ ହେଲା ଜିଲ୍ଲାର ବିଶେଷ କରି ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସାହିରେ କିଛି ବ୍ୟକ୍ତି ନିଜକୁ ଟିପିଏସଓଡିଏଲର, କର୍ମଚାରୀ ବୋଲି ପରିଚୟ ଦେଇ ବିଭିନ୍ନ ଘରର ବିଦ୍ୟୁତ ମିଟର ବସାଇବାକୁ କହୁଛନ୍ତି । ଯାହାର ମିଟର ଭଲ ଥିଲେ ମଧ୍ୟ ତାହାକୁ ବଦଳାଇ ସ୍ମାର୍ଟ ମିଟର ବସାଇବାକୁ ବାଧ୍ୟ କରୁଛନ୍ତି । ଏହା ନବସାଇଲେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବାର ଧମକ ମଧ୍ୟ ଦେଉଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି ।ବର୍ତ୍ତମାନ ଏହି ମିଟର ବସାଇବା ଦ୍ବାରା ଅଧିକ ବିଦ୍ୟୁତ ବିଲ ଆସୁଥିବା ଅଭିଯୋଗ ହେବା ପରେ ଜୟପୁର ଭଳି ସହରରେ ଏହାକୁ ବ୍ୟାନ ଘୋଷଣା କରାଯାଇଛି । ତେଣୁ ଆମ ଜିଲ୍ଲାରେ ମଧ୍ୟ ଏହାକୁ ବ୍ୟାନ ଘୋଷଣା କରିବା ସହ ଲୋକଙ୍କୁ ଅଯଥା ଖର୍ଚ୍ଚରୁ ବଞ୍ଚାଇବାକୁ ଅନୁରୋଧ କରୁଛୁ । ଏହାକୁ ବ୍ୟାନ ଘୋଷଣା ନକଲେ ଆଗାମି ଦିନରେ ଆମ୍ଭେ ରାଜରାସ୍ତାକୁ ଓହ୍ଲାଇ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ । ଏଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି ଏହାସହିତ ଏହାର ପାରଳାଖେମୁଣ୍ଡି ସ୍ତିତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଟିପିଏସଓଡିଏଲ ଶ୍ରୀ ରାଜେନ୍ଦ୍ର ବେହେରା,ପାରଳାଖେମୁଣ୍ଡି ଥାନା ଅଧିକାରୀ।ପ୍ରଶାନ୍ତ ଭୁପତିଙ୍କୁ ଓ ପାରଳାଖେମୁଣ୍ଡି ପୈାରପରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମୁନା ମହାରଣା,ଗୈରୀ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ନଗର କଂଗ୍ରେସ୍ କମିଟି ସଭାପତି ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା।