ପାରଳାଖେମୁଣ୍ଡି କ୍ରିଏଟିଭ ଅର୍ଟସ୍ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ “ଭୋକ” ମଞ୍ଚସ୍ଥ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ ଅର୍ଟସ୍ ପକ୍ଷରୁ ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପ ରେ ନାଟକ ଭୋକ ମଞ୍ଚସ୍ଥ ହୋଇଯାଇଛି ।କାହାଣୀ ଟୀ ଏପରି, ରିକ୍ସା ଆଉ ଚାଲୁନୀ କିନ୍ତୁ ରିକ୍ସା ଉପରେ ଭରସା କରି ବଞ୍ଚୁଥିବା ମଣିଷ ଅସହାୟ ହାଇପଡୁଚି ।ଭୋକ ବିକଳ ରେ ଅପରାଧ କରି ଜେଲ୍ ଯାଇ ଆରମ୍ ରେ ଦୁଇ ମୁଠା ଖାଇବାର ସ୍ବପ୍ନ ଦେଖୁଚି ରିକ୍ସାବାଲା ନବଘନ ।କିନ୍ତୁ ସମୟର ଚକା ଭଉଁରୀ ଖେଳରେ ବାରମ୍ବାର ହାରି ଯାଉଛି। ପୋଲିସ୍ ର ଆଖିରେ ପାଗଳ ସାଜିଛି ।ସମସ୍ତେ ଜେଲ୍ ରୁ ମୁକୁଳିବାକୁ ଚାହୁଥିବ ବେଳେ ସେ ଚାହୁଚି ଜେଲ୍ ଯିବା ଲାଗି ।କିନ୍ତୁ ଯେତେବେଳେ ସେ ଏ ସବୁ ଭୁଲ୍ ବୋଲି ଜାଣିଚି, ଭଲ ମଣିଷ ହେବା ର ସଂକଳ୍ପ ନେଇ ମେହେନତ କରି ବଞ୍ଚିବାକୁ ଚାହୁଚି ଠିକ୍ ସେହି ସମୟରେ ଏ ସମାଜ ରେ ଆଇନ ବ୍ୟବସ୍ଥା ତାକୁ ଅପରାଧ ସଜାଇ ଜେଲ୍ ନେଇ ଯାଉଛି । ଏ ହେଉଛି ଭୋକିଲା ର ଦୁନିଆ । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଂଘ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ନାଟ୍ୟଧାରା କାର୍ଯ୍ୟକ୍ରମ ରେ ଏଭଳି ଏକ ଭିନ୍ନ ଧାରଣ ର ନାଟକ ଉପସ୍ଥାପନା କରିଥିଲେ କ୍ରିଏଟିଭ ଆର୍ଟସ ର କଳାକାର ମାନେ ।ପ୍ରଭାକର ପାତ୍ର ରଚନା କରିଥିବା ଏହି ନାଟକ କୁ ମନୋଜ ପାଢ଼ୀ ନିର୍ଦ୍ଦେଶନା ଦେଇଥିବା ବେଳେ ଆଦର୍ଶ ଦାସ ସହ ନିର୍ଦ୍ଦେଶନା ଦେଇଥିଲେ, ସଙ୍ଗୀତ ରେ ମାଷ୍ଟର ମାଧବ ଓ ଜି. ଉମା ଶଙ୍କର, ଅଭିନୟ ରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ହରିହର ପଟନାୟକ, ହର ପ୍ରସାଦ ତ୍ରିପାଠୀ, ମାତଙ୍ଗିନି ଗୁରୁ, ସୁଜିତ୍ ପାଣିଗ୍ରାହୀ, କିଶୋର ଦାସ, କୁନା ହଲଧର, ପ୍ରତ୍ୟୁଷ ପଣ୍ଡା, ଜ୍ଞାନ ରଞ୍ଜନ ଦାସ, ସୁକୁମାର ମିଶ୍ର, କାମଦେବ ପାଢ଼ୀ ପ୍ରମୁଖ ଅଭିନୟ କରିଥିଲେ। କାର୍ଯ୍ୟକ୍ରମ ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚୀବ ପ୍ରବୋଧ ରଥ, କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ,ନାଟ୍ୟ ସଂଘ ସଚିବ ସଚୀବ ଶୁଭକାନ୍ତ ପାଢ଼ୀ ଉପସ୍ଥିତ ଥିଲେ। ଭୁବନେଶ୍ବର ରେ ଥିବା ଗଜପତି ଜିଲ୍ଲା ତଥା ଦକ୍ଷିଣଓଡ଼ିଶା ବାସୀ ଙ୍କ ସହ ଦର୍ଶକ ମାନେ ନାଟକ ଦେଖିବା ଶହ କଳାକାର ଙ୍କ ଭରପୁର ପ୍ରସଂଶା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ