ପାରଳାଖେମୁଣ୍ଡି ଦୌରା ଜର୍ଜ କୋର୍ଟର ସିଜେଏମଙ୍କ ପରଲୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ଦୌରା ଜର୍ଜ କୋର୍ଟର ସିଜେଏମ ଏନ.ଇଶ୍ୱର ରାଓଙ୍କ ପରଲୋକ ଘଟିଛି । ଦୀର୍ଘ ୧ମାସରୁ ଉର୍ଦ୍ଧ୍ୱ ସମୟ ଧରି ସେ ଅସୁସ୍ଥତା କାରଣରୁ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ତାଙ୍କ ମୃତ୍ୟୁରେ ଜିଲ୍ଲା ବାର ସଂଘ ତଥା ବିଭିନ୍ନ ବରିଷ୍ଠ ଆଇନ ଜୀବୀମାନେ ଶୋକ ପ୍ରକାଶ କରିାବା ସହ ଜିଲ୍ଲାର ସମସ୍ତ ଜର୍ଜ,ଜିଲ୍ଲା କୋର୍ଟର କର୍ମଚାରୀ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।