ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନ-୨୦୨୨ ପ୍ରାର୍ଥୀପତ୍ର କାୟମ ରହିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା । ଏଥିରେ ସମସ୍ତ ୩ଗୋଟି ପ୍ରମୁଖ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ସମେତ ୧୬ଗୋଟି ୱାର୍ଡ ନିମନ୍ତେ ବିଭିନ୍ନ ଦଳର ୭୨ଜଣ କାଉନସିଲର ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ପ୍ରାର୍ଥୀପତ୍ର କାୟମ ରହିଛି । ଆଜି ଗୁରୁବାର ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ହୋଇଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ