ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ବି ହିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ପାର୍ଲାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରି କହିଥିଲେ ଯେ , ପରିବେଶ କିଭଳି ସ୍ୱଚ୍ଛ ରଖିବା ଏବଂ ସୁସ୍ଥ ପରିବେଶ ପାଇଁ ସଠିକ୍ ପରିମଳ ବ୍ୟବସ୍ଥା ପରିଚାଳନା ଉପରେ ବିଶେଷ ଗୁରୁତ୍ୱାରୋପ କରି ଏକ ସବୁଜ ସ୍ୱଚ୍ଛ ପାରଳାଖେମୁଣ୍ଡି ସହର ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ବାନ କରିଥିଲେ । ଏହି କ୍ରମରେ ପୌର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଦିଗରେ ସାମୁହିକ ପ୍ରଚେଷ୍ଟା ରହିବା ଉପରେ କହିଥିଲେ । ପରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ନିକଟରେ ପୌର ପରିଷଦ ପକ୍ଷରୁ ଏକ ଭେଣ୍ଡିଂ ଜୋନ କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ । ଏହାପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ମୁକ୍ତା ଯୋଜନା’ରେ ୮୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୪ କୋଟି ୪୩ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ପୌର ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସଭାପତିତ୍ବରେ ଏବଂ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ହିତାଧିକାରୀ ମାନଙ୍କୁ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ଲେଙ୍କା ମଧୁ , ପୌର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମୁକ୍ତା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ପୌର ପରିଷଦ’ର ସମସ୍ତ କାଉନସିଲର, ସ୍ୱଚ୍ଛ ସାଥୀ , ସଫେଇ କର୍ମଚାରୀ ଏବଂ ଅଧିକାରୀ ଓ କର୍ମଚାରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ