ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଘରେ ପଶି ଆତ୍ମୀୟ ଙ୍କୁ ହତ୍ୟା ଉଦ୍ୟମ କରି ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସନ୍ଧ୍ୟାରେ ଦୁଇ ଜଣ ଅଜଣା ଯୁବକ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଏର୍ଦଲା ସାହି ସ୍ଥିତ ଘରେ ପଶି ତାଙ୍କ ମାଉସୀ ପି.ତାତାମ୍ମାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଦୁଇଜଣ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବିଧାୟକଙ୍କ ଘରରୁ କିଛି ଦସ୍ତାବେଜ୍‌, ଆଟାଚି ତାଡି ଲୁଟ ଉଦ୍ୟମ କରୁଥିବା ବେଳେ ପୋଡଶୀ ମାନେ ବିଧାୟକଙ୍କ ମାଉସୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିଲେ । କିଛି ପାଖ ପୋଡଶୀ ପହଞ୍ଚିଵା ବେଳକୁ ପି.ତାତାମ୍ମାଙ୍କୁ ରକ୍ତାକ୍ତ କରି ପକାଇଥିଲେ ଅଜଣା ଯୁବକ ଦ୍ଵୟ । ଘଟଣା ସଂର୍ପକରେ ବିଧାୟକଙ୍କ ଘର ନିକଟରେ ଥିବା ବିଜେପି କାର୍ଯ୍ୟାଳୟରୁ ଜଣେ ବିଜେପି ନେତା ଓ ବିଧାୟକଙ୍କ ବ୍ୟକ୍ତିଗତ ଲୋକ ପହଂଚି ମୁମୁର୍ଷ ଅବସ୍ଥାରେ ବିଧାୟକଙ୍କ ମାଉସୀ ପି.ତାତାମ୍ମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିବା ସହ ବିଧାୟକଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ତେବେ ଏହି ଅଜଣା ଯୁବକ ଦୁଇ ଜଣ ଚୋରୀ କରିବାକୁ ଆସିଥିଲେ ନା ବିଧାୟକଙ୍କୁ ହତ୍ୟା କରିବାକୁ ଆସିଥିଲେ ତାହା ତଦନ୍ତ ସାପେକ୍ଷ ଥିବା ବେଳେ ସୌଭାଗ୍ୟ ବସତହ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ବିଧାନ ସଭା ଅଧିବେସନରେ ଉପସ୍ଥିତ ରହିବା ପାଇଁ ଚାଲି ଯାଇଥିବାରୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି । ତେବେ ଅଜଣ ଯୁବକ ଦୁଇ ଜଣ କେଉଁ କାରଣରୁ କାହିଁକି ବିଧାୟକଙ୍କ ଘରେ ପ୍ରବେଶ କରିଥିଲେ ଲୁଟ ଉଦ୍ୟମ ସହ ବିଧାୟକଙ୍କ ମାଉସୀଙ୍କୁ ହତ୍ୟା ଉଦ୍ୟମ କାହିଁକି କରିଥିଲେ ଏ ଦୁଇ ଜଣ ଧରା ପଡିଲେ ହିଁ ଜଣା ପଡିବ ପ୍ରକୃତ ଘଟଣା। ଘଟଣା ସ୍ଥଳରୁ ଦୁଇ ଜଣ ଅଜଣା ଯୁବକଙ୍କ ମଧ୍ୟରୁ ଜଣକ ଜୋତା ରହିଯାଇଥିବା କିଛି ଦଳୀୟ କର୍ମୀ ସୂଚନା ଦେଇଛନ୍ତି ଯାହାକୁ ପୋଲିସକୁ ତଦନ୍ତରେ ସହାୟକ ହେବ । ପୋଡଶୀଙ୍କ କହିବା ଅନୁସାରେ ବିଧାୟକଙ୍କ ମାଉସୀ ଚିତ୍କାର କରିବା ବେଳେ ସେମାନେ ପଂହଚୁ ପଂହଚୁ ଘଟଣା ସ୍ଥଳରୁ ଦୁଇ ଜଣ ଅଜଣା ଯୁବକ ଦୌଡି ପଳାଇଥିଲେ । ତେବେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ