ପାରଳାଖେମୁଣ୍ଡି ମହାରାଜା ହାଇସ୍କୁଲ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ସାଧାରଣଙ୍କ ସାହାର୍ଯ୍ୟ ପାଇଁ ବିନିଯୋଗ ହେଉଛି ବୋଲି ପାରଳାଖେମୁଣ୍ଡି ମହାରାଜା ହାଇସ୍କୁଲର ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାଶ କହିଛନ୍ତି । ଲୋକଙ୍କ ସାହାର୍ଯ୍ୟରେ ବିନିଯୋଗ ରିଲିଫ ଫଣ୍ଡ ପାଇଁ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଧେଶ କ୍ରମେ ହାଇସ୍କୁଲର ମୋଟ ୩୩ଜଣ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମଚାରୀଙ୍କ ସହେଯାଗରେ ୬୯ହଜାର୪ଶହ ଟଙ୍କା ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପଠାଗଲା । ସଂପ୍ରତି ଦଃୁସ୍ଥିତି ସମୟରେ ମହାରାଜା ହାଇସ୍କୁଲର ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ମଚାରୀଙ୍କ ସହେଯାଗ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହେଉ ।


