ପାରଳାଖେମୁଣ୍ଡି ମୁଖ୍ୟ ବଜାର ନାଳରୁ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମୁଖ୍ୟ ବଜାର ନିକଟ ଏକ ନାଳରୁ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି. ପରିତ୍ୟକ୍ତ ଅବସ୍ଥାରେ ନାଳରୁ ଶିଶୁଟିକୁ ଉଦ୍ଧାର କଲା ପୋଲିସ. ବିଳମ୍ବିତ ରାତିରେ କିମ୍ୱା ଭୋର ସମୟରେ କେହି ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି. ସକାଳୁ ସକାଳୁ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି. ଶିଶୁର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି. କିଏ ଓ କାହିଁକି ଶିଶୁପୁତ୍ରର ମୃତଦେହକୁ ନାଳରେ ଫୋପାଡ଼ିଛି ତାର ତଦନ୍ତ ଜାରି ରଖିଛି ପୋଲିସ. କୁମାର ମାତୃତ୍ୱ ଅବେଧ ଶିଶୁ ହୋଇଥିବା ପୋଲିସ ସନ୍ଦେହ କରୁଛି. ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଜାରି ରଖିଛି ପୋଲିସ.