ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କର ତାରିଖ ନୀରୁପଣ ଯନ୍ତ୍ର ଅଚଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ତାରିଖ ନୀରୁପଣ ଯନ୍ତ୍ର ଖରାପ ଯୋଗୁଁ ଗ୍ରାହକମାନେ ବିଭିନ୍ନ ଭାବେ ହଇରାଣ ହେଉଛନ୍ତି | ଏଠାରେ ପାସ ବୁକ୍ ପ୍ରିଣ୍ଟ ହେଉନାହିଁ କି ଫୋନ ଯୋଗେ ମେସେଜ ଆସୁନହିଁ | ବ୍ୟାଙ୍କ ଆସି ଗ୍ରାହକ ମାନେ ନିରାଶ ହୋଇ ଫେରି ଯାଉଛନ୍ତି | ବ୍ୟାଙ୍କର ପରିଚାଳକ ଦୃଷ୍ଟି ଆକର୍ଷଣ କରିବା ପରେ ସେ କହିଛନ୍ତି ଯେ, ଏହାର ଅତି ତୁରନ୍ତ ସ୍ଥାୟୀ ପ୍ରତିକାର କରାଯିବ. ଯଦ୍ୱାରା ଗ୍ରାହକମାନେ ଠିକ ସେବା ପାଇପାରିବେ | ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମୂଖ୍ୟ ଶାଖାରେ ହଜାର ହଜାର ସଂଖ୍ୟାରେ ଗ୍ରାହକ ଅଛନ୍ତି। ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ, ବାଧ୍ୟତାମୂଳକ ଷ୍ଟେଟ ବ୍ୟାଙ୍କରେ ହିଁ ଗ୍ରାହକ ହୋଇଥାନ୍ତି. ସେହିପରି ସରକାରୀ ଓ ବେସରକାରୀ ଏବଂ ଯେଉଁ ସମସ୍ତ ବ୍ୟବସାୟୀମାନେ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଛନ୍ତି| ତେଣୁ ତାରିଖ ନିରୂପଣ ଯନ୍ତ୍ର ଠିକ ନ ଥିବାରୁ ହଜାର ହଜାର ଗ୍ରାହକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି.