ପାରଳାଖେମୁଣ୍ଡି ସହରର ରାସ୍ତା ନିର୍ମାଣ ଦାବି କରି ରାସ୍ତା ରୋକ କଲେ ଜନସାଧାରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତାରେ ଖାଲ ଖମା ହୋଇ ପଡ଼ିଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ମରାମତି କିମ୍ବା ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନେଉ ନଥିବା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପୂର୍ତ୍ତ ବିଭାଗର ଏଭଳି ଖାମଖିଆଲ ମନୋଭାବକୁ ନେଇ ଆଜି ବଡ଼ ରାଧାକାନ୍ତ ମଠ ସମ୍ମୁଖ ରାସ୍ତାରେ ଜିଲ୍ଲାର ସବୁ ଦଳ ପକ୍ଷରୁ କଂଗ୍ରେସ, ବିଜେଡି, ବିଜେପି ଓ ଗଣ ମାଧ୍ୟମରପ୍ରତିନିଧିସମେତ ଜନସାଧାରଣ ମିଳିତ ଭାବେ ଏକ ଘଣ୍ଟା ଧରି ରାସ୍ତାରୋକକରିଥିଲେ ଏହିରାସ୍ତାରୋକକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ବରିଷ୍ଠ କଂଗ୍ରେସ ନେତା ବସନ୍ତ ପଣ୍ଡା, ଯୁବକଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ଅବଦୁଲ ରଫି ବିଜେପି ନେତା ମନୋଜ ପଟନାୟକ,୯ନଂୱାର୍ଡର କାଉନସିଲରନାରାୟଣ ବେହେରା,୪ନଂୱାର୍ଡର କାଉନସିଲର ବାଳକୃଷ୍ଣ ପାତ୍ର, ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ସନ୍ତୋଷ ପଟ୍ଟନାୟକ, ନାଗେଶ୍ଵର ମହାପାତ୍ର, ଶ୍ରୀକାନ୍ତ ମହାରଣା, ପ୍ରମୁଖ ରାସ୍ତା ରୋକରେ ଅଂଶ ଗ୍ରହଣ କରିଥିଲେ ପରିଶେଷରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଖୁବ ଶୀଘ୍ର ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ପ୍ରତ୍ୟାହାର କରି ନିଆଯାଇଥିଲା l ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନା ଅଧିକାରୀ ବାବୁଲି ନାୟକଙ୍କ ନେତୃତ୍ୱରେ ଏସ ଆଇ ବେହେରାଙ୍କ ସମେତ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଯାନ ବାହାନ ଚଳଚଳ ବନ୍ଦ ରହିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ