ପାରଳାଖେମୁଣ୍ଡି ସାଇବାବା ମନ୍ଦିରରୁ ୬ ଲକ୍ଷ ଟଙ୍କାର ରୂପା ଅଳଙ୍କାର ଚୋରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ରେଖ୍ନାନା ସାହିସ୍ଥିତ ସାଇ ମନ୍ଦିରରୁ ରାତିରେ ଚୋରି ହୋଇଥିବା ସୂଚନା ମିଳିଛି ସାଇ ବାବାଙ୍କ ମୂର୍ତ୍ତିରେ ରହିଥିବା ପ୍ରାୟ ୭ କେଜିରୁ ଉର୍ଦ୍ଧ୍ବ ଅଳଙ୍କାର ସହିତ ସିଂହାସନ ଚୋରି ହୋଇଥିବା ଜଣାପଡ଼ିଛି । ତେବେ ଏହି ଚୋରିର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।କଏଦସୂଚନା ଅନୁସାରେ ଚୋରି ହୋଇଥିବା ରୂପା ଅଳଙ୍କାରର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଦୁର୍ବୁତ୍ତମାନେ ଚୋରି କରୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଞ୍ଚି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଏନେଇ ପ୍ରତିକ୍ରିୟା ରଖିବା ସମୟରେ ଅତିଶୀଘ୍ର ଚୋର ଧରାପଡ଼ିବ ବୋଲି କହିଛନ୍ତି ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ l ପାରଳାଖେମୁଣ୍ଡି ସହରରେ ଲଗାତାର ଚୋରି ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଅଞ୍ଚଳର ଜନସାଧାରଣ ଙ୍କ ମଧ୍ୟରେ ଏକ ଅସନ୍ତୋଷ ଦେଖିବାକୁ ମିଳୁଛି