ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ସିପିଆଇ ଦଳର ୧୦ମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନହଲ୍ ଠାରେ ସିପିଆଇ ଦଳର ୧୦ମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସିପିଆଇ ସମ୍ପାଦକ ଜେନ୍ନା ସୁବାଷ ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ସିପିଆଇ ର ରାଜ୍ୟ ନେତା ପ୍ରଶାନ୍ତ ପାଟ୍ଟଯୋଶୀ(ନିଲୁ), ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ରାଜ୍ୟ ଯୁବନେତା ପ୍ରଦୀପ ସେଠୀ ଓ ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭ ହେବା ପୂର୍ବରୁ ଟାଉନହଲ୍ ପରିସରରେ ଦଳୀୟ ପତ୍ତାକା ଉତ୍ତୋଳନ କରାଯାଇଥିଲା । ଏହି ସମ୍ମିଳନୀରେ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଓ ଜନହୀତରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଜିଲ୍ଲାରେ ସମସ୍ତ ବର୍ଗର ଲୋକଙ୍କୁ ନେଇ କିପରି ସଙ୍ଗଠନକୁ ସୁଦୃଢ଼ କରାଯିବ ସେ ବିଷୟରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା । ମଞ୍ଚାସୀନ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣା ନୀତିକୁ ତୀବ୍ର ଭର୍ତ୍ସନା ଓ ସମାଲୋଚନା କରିଥିଲେ । ବିଶେଷ କରି କେନ୍ଦ୍ରସରକାର ଗରୀବ ଲୋକଙ୍କ ପେଟକୁ ଲାତ ମାରି ଶିଳ୍ପପତିଙ୍କୁ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦେଶର ବେକାର ସମସ୍ୟା ଦୂରୀକରଣ ନିମନ୍ତେ ବର୍ଷକୁ ୨କୋଟି ଲୋକଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇ ମୋଦୀ ସରକାର ନିର୍ବାଚନ ବୈତରଣୀ ପାରହେଲେ ।ଶାସନାଧିନ ହେବାପରେ ନିଯୁକ୍ତି ଦେବା ତ ଦୂରର କଥା ସରକାରୀ ,ବେସରକାରୀ ଓ ଶିଳ୍ପାନୁଷ୍ଠାନ ଗୁଡିକରେ କର୍ମଚାରୀ ମାନଙ୍କୁ ଛଟେଇ କରି ଚାଲିଛନ୍ତି । ଶିଳ୍ପପତିଙ୍କୁ ସୁହାଇଲା ଭଳି ନୀତି ପ୍ରସ୍ତୁତ କରିବା ସହ ଶ୍ରମକୋଡ୍‌ରେ ପରିବର୍ତ୍ତନ କରିଛନ୍ତି । ଏହାସହ ଦେଶରେ ସମ୍ପ୍ରଦାୟିକତାର ବିଷମଞ୍ଜି ଭାଇଚାରା ନଷ୍ଠ କରିବାରେ ବ୍ୟସ୍ଥ ରହିଛନ୍ତି । ତେଣୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ସଙ୍ଗଠନକୁ ସୁଦୃଢ଼ କରିବା ସହ ଏକତ୍ରୀତ ହୋଇ ଗଣତନ୍ତ୍ରକୁ ବଞ୍ଚାଇବା ନିମନ୍ତେ ଲଢେଇକୁ ଯୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ୧୯ଦଫା ସମ୍ବଳିତ ସାମୁହିକ ପ୍ରସ୍ତାବ ଅନୁମୋଦିତ କରାଯାଇଥିଲା ।ଅନୁମୋଦିତ ହୋଇଥିବା ପ୍ରସ୍ତାବ ମଧ୍ୟରେ ଗଜପତି ଜିଲ୍ଲାରେ ଶିଳ୍ପାୟନ କରିବା, ଜିଲ୍ଲାରେ ବ୍ୟାପକ ଜଳସେଚନ ପାଇ ପଦ କ୍ଷେପନେବା, ଯୋଗ୍ୟ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରିବା, ପାରଳାଖେମୁଣ୍ଡି ପୌରପାଳିକାରେ ବାସହୀନଙ୍କୁ ଘରଡୀହ ପ୍ରଦାନ, ବାର୍ଦ୍ଧକ୍ୟ ଓବିଧବା ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି କରିବା, ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ପାଶ୍ୱର୍ରେ ରହୁଥିବା ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବା, ଛେଳିଗଡ ପ୍ରକଳ୍ପରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବା, ଡମ୍ବାପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବା, ଜିଲ୍ଲାରେ ପ ର୍ଯ୍ୟଟନର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା, ଜିଲ୍ଲାରେ ଅନିୟମିତତା କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜିଲ୍ଲାରେ ଥିବା ସାଗର ଗୁଡିର ପୁନରୁଦ୍ଧାର କରିବା ସହ ମରାମତି କିରବା, ଜାଲ ଶିକ୍ଷାଗତ ଯୋଗ୍ୟତା ତଥା ବିଇଡି ,ଜାଲ ବାସସ୍ଥାନ ପ୍ରମାଣ ଦେଇ ଚାକିରି ପାଇଥିବା ୪୫୫ଜଣରୁ ଉର୍ଦ୍ଦ ଶିକ୍ଷକ ବିରୁଦ୍ଧରେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ନୀରବ ରହିବା ଏବଂ ବିଭିନ୍ନ ଆବସା ଯୋଜନା ମାନଙ୍କରେ ଜାଲ ଦସ୍ତାବିଜ ଏବଂ ପ୍ରମାଣ ପତ୍ର ଦେଖାଇ ଟଙ୍କା ପାଇଥିବା ଓ ଆରଓଆର ଯୋଗ୍ୟତା ନଥାଇ ଗୃହ ପାଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ମଞ୍ଜୁର ଅର୍ଥକୁ ଫେରାଇ ଆଣିବା ଇତ୍ୟଦି ବିଷୟବସ୍ତୁ ରହିଛି । ଏହି ସମ୍ମିଳନୀରେ ପାରଳାଖେମୁଣ୍ଡି ବ୍ଲକ ସିପିଆଇ ନେତା ଲିଙ୍ଗରାଜ ଦଳେଇ, ପାରଳାଖେମୁଣ୍ଡି ପୌରପାଳିକାର ଏମ. ଜଗନ୍ନାଥ ରାଓଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ବହୁଦଳୀୟ କର୍ମୀ ଓ ନେତା ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ